ମଙ୍ଗଳବାର ଟୁଇଟ୍ କରି ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି । ରିତିକଙ୍କ ଭଉଣୀ ସୁନୈନାଙ୍କୁ ତାଙ୍କ ଘରେ ଶାରୀରିକ ଏବଂ ମାନସିକ ସ୍ଥରରେ ନିର୍ୟ୍ୟାତନା ଦିଆଯାଉଥିବା ଲେଖିଛନ୍ତି ରଙ୍ଗୋଲି ଚନ୍ଦେଲ ।
Sunaina Roshan is asking Kangana for help, her family is physically assaulting her because she is in love with a Muslim man from Delhi, last week they got a lady cop who slapped her, her father also hit her, her brother is trying to put her behind bars..(contd)
— Rangoli Chandel (@Rangoli_A) June 19, 2019
ଟୁଇଟରେ, ସୁନୈନା ରୋଶନ କଙ୍ଗନାଙ୍କୁ ସାହାଯ୍ୟ ମାଗୁଛନ୍ତି । ସୁନୈନା ଜଣେ ମୁସଲିମ୍ ଯୁବକଙ୍କ ଭଲ ପାଉଥିବାରୁ ତାଙ୍କ ଘରେ ତାଙ୍କୁ ନିର୍ୟ୍ୟାତନା ଦେବା ଆରମ୍ଭ କରିଛନ୍ତି ।
(Contd).... I fear her dangerous family might harm her, we want to make this public because Sunaina calling Kangana and crying all the time, Kangana doesn’t know how to help her...(contd)
— Rangoli Chandel (@Rangoli_A) June 19, 2019
ପୂର୍ବ ସପ୍ତାହରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଘରକୁ ଆଣି ସୁନୈନାଙ୍କୁ ଚାପୁଡ଼ା ମରାଇବା ସହ ତାଙ୍କ ବାପା ରାକେଶ ରୋଶନ ସୁନୈନାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଭାଇ ରିତିକ୍ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁଛନ୍ତି ।
(Contd).... so now she has blocked her number but we fear for her safety, everyone has a right to love whoever they want, hopefully this will scare Roshans and they back off 🙏
— Rangoli Chandel (@Rangoli_A) June 19, 2019
ସୁନୈନା ବାରମ୍ବାର କଙ୍ଗନାଙ୍କୁ ଫୋନ କରି କାନ୍ଦିବା ସହ ସାହାଯ୍ୟ କରୁଛନ୍ତି । କିନ୍ତୁ କଙ୍ଗନା କିଭଳି ସାହାଯ୍ୟ କରିବେ ବୋଲି ଜାଣି ପାରୁନାହାନ୍ତି । ଆଶା କରୁଛି କି, ଏବେ ରୋଶନ ପରିବାରର ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏଭଳି କରିବା ବନ୍ଦ କରିଦେବେ ବୋଲି ଲେଖିଛନ୍ତି ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍ ଏବେ ଲୋକମାନଙ୍କ ମନରେ ନାନ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି ।
ସୂଚନା ମୁତାବକ, ସୁନୈନା ମଙ୍ଗଳବାର ଦୁଇଟି ଟୁଇଟ୍ କରିଥିଲେ ।
I support Kangana all through
— Sunaina Roshan (@sunainaRoshan22) June 18, 2019
ପ୍ରଥମ ଟୁଇଟରେ କଙ୍ଗନାଙ୍କୁ ସମର୍ଥନ କରୁଛି ବୋଲି ଲେଖିଥିବା ବେଳେ ଦ୍ୱିତୀୟ ଟୁଇଟରେ, ଲଗାତାର ନର୍କରେ ରହି ରହି ମୁଁ ଥକି ଗଲିଣି ବୋଲି ଲେଖିଥିଲେ ସୁନୈନା ।
And living in hell continues ....gosh I’m tired
— Sunaina Roshan (@sunainaRoshan22) June 18, 2019