ବଡ ନିଷ୍ପତି: ନବମ ଓ ଏକାଦଶରେ ଫେଲ୍ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ପୁନର୍ବାର ପରୀକ୍ଷା ଦେବାର ସୁଯୋଗ: ସ୍କୁଲ ନିଜ ହିସାବରେ ଅନଲାଇନ କିମ୍ବା ଅଫଲାଇନରେ କରିପାରିବେ ଟେଷ୍ଟ

Advertisment
ବଡ ନିଷ୍ପତି: ନବମ ଓ ଏକାଦଶରେ ଫେଲ୍ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ପୁନର୍ବାର ପରୀକ୍ଷା ଦେବାର ସୁଯୋଗ: ସ୍କୁଲ ନିଜ ହିସାବରେ ଅନଲାଇନ କିମ୍ବା ଅଫଲାଇନରେ କରିପାରିବେ ଟେଷ୍ଟ

କନକ ବ୍ୟୁରୋ: କରୋନା ଭାଇରସ୍ ପାଇଁ ସଂକ୍ରମଣ ଯୋଗୁଁ .ଦେଖାଯାଇଥିବା ସଂକଟର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ବି ବିଶେଷ ଭାବେ ପଡ଼ିଛି। ଏହି କାରଣରୁ କେନ୍ଦ୍ର ସରକାର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍(ସିବିଏସ୍ଇ)ର ନବମ ଓ ଏକାଦଶର ଛାତ୍ରଛାତ୍ରୀଙ୍କ ପାଇଁ ନିୟମରେ କୋହଳ ଆଣିଛନ୍ତି। ନବମ ଓ ଏକାଦଶ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯଦି ଫେଲ୍ ହେଉଛନ୍ତି ତେବେ ସେମାନଙ୍କୁ ସେହି ବର୍ଷ ହିଁ ପୁନଶ୍ଚ ପରୀକ୍ଷା ଦେବାର ସୁଯୋଗ ମିଳିବ।

publive-image

ଆପଣ ଜାଣିଥିବେ ନିଶ୍ଚୟ ଯେ, କୋଭିଡ୍-୧୯ ପାଇଁ ଉପୁଜିଥିବା ସଂକଟ ହେତୁ ସ୍କୁଲ୍, କଲେଜ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଅସ୍ଥାୟୀ ଭାବେ ବନ୍ଦ ଥିବା କାରଣରୁ ପ୍ରତ୍ୟେକ ପରିବାର ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। ଏପରି ଏକ ଖବର ପାଇ ଅଭିଭାବକମାନେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ସିବିଏସଇ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଏହି ନିୟମ ଉଭୟ ଫାଇନାଲ୍ ପରୀକ୍ଷା ଦେଇ ସାରିଥିବା କିମ୍ବା ଲକଡାଉନ୍ କାରଣରୁ ଦେବାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେବ। ଏହି ପରୀକ୍ଷା ଅନ୍ଲାଇାନ୍ କିମ୍ବା ଅଫ୍ଲାଇାନ୍ ହେବ ତାହାକୁ ନେଇ ଏଯାବତ୍ ସ୍ପଷ୍ଟ କରାଯାଇ ନାହିଁ।

publive-image

ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ୍ ଏପ୍ରିଲ୍ ପହିଲାରେ ଟ୍ବିଟ୍ କରି କହିଥିଲେ, ‘ଯେଉଁ ସ୍କୁଲମାନଙ୍କରେ ନବମ ଓ ଏକାଦଶ ଶ୍ରେଣୀର ଫାଇନାଲ୍ ପରୀକ୍ଷା ହୋଇ ପାରିନାହିଁ ସେମାନଙ୍କୁ ଇଣ୍ଟରନାଲ୍ ମାର୍କ ଦିଆଯାଇ ଖାତା ମୂଲ୍ୟାଙ୍କନ କରାଯିବ। ସିବିଏସଇର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ଉପର ଶ୍ରେଣୀକୁ ପଠାଇ ଦିଆଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe