ସିଲିଣ୍ଡର ବୁକିଂରେ ଆଉ ରହିବନି ସମସ୍ୟା । ଗୋଟିଏ ମିନିଟରେ ବୁକିଂ ହେବ ଗ୍ୟାସ୍ । ଜାଣନ୍ତୁ…ହ୍ୱାଟ୍ସଆପରେ କେମିତି କରିବେ ଗ୍ୟାସ୍ ବୁକିଂ…

8,977

କନକ ବ୍ୟୁରୋ: ଗ୍ୟାସ୍ ବୁକିଂରେ ଆପଣଙ୍କୁ ଅସୁବିଧା ହେଉଛି କି? କିମ୍ବା ବୁକିଂ ପ୍ରକ୍ରିୟା ଆପଣଙ୍କୁ ଜଟିଳ ଲାଗୁଛି କି? ଯଦି ସିଲିଣ୍ଡର ବୁକିଂ ବେଳେ ଏଭଳି କିଛି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଏବେ ଗୋଟିଏ ମେସେଜରେ ହେବ ଗ୍ୟାସ୍ ବୁକିଂ । ଆଉ ତାହା ପୁଣି ଆପଣଙ୍କ ହ୍ୱାଟ୍ସଆପରେ । ଏଭଳି କିଛି ସୁବିଧା ନିଜ ଗ୍ରାହକଙ୍କ ପାଇଁ ଆଣିଛି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ବା ଏଚପି ଗ୍ୟାସ୍ ।

କରୋନା ମହାମାରୀ ମୁକାବିଲାରେ ଦେଶ ଯେତେବେଳେ ଲକ୍ ଡାଉନ୍ ହୋଇ ରହିଛି । ଏହାରି ଭିତରେ ବୁକିଂ ପ୍ରକ୍ରିୟାକୁ ଗିତଶୀଳ କରି ନିଜ ଗ୍ରାହକଙ୍କ ଘରେ ଘରେ ସିଲିଣ୍ଡର ପହଁଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ଏଚପି ଗ୍ୟାସ୍ । ଦେଶର ୩.୩ କୋଟି ଏଚପି ଗ୍ରାହକ ମାନେ ଏହି ସୁବିଧା ଉଠାଇପାରିବେ । ତେବେ ଆସନ୍ତୁ ଜାଣିବା କେମିତି ଗୋଟିଏ ମେସେଜରେ ବୁକିଂ ହେଇଯିବ ଗ୍ୟାସ୍?

ଯଦି ଆପଣ ଏଚପି ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ କରିଥିବା ନମ୍ବରରେ ହ୍ୱାଟ୍ସଆପ୍ ଚଳାଉଛନ୍ତି ତାହାହେଲେ ଏହି ସୁବିଧା ପାଇ ପାରିବେ । କମ୍ପାନୀ ତରଫରୁ ଜାରି କରାଯାଇଥିବା ନମ୍ବର-୯୨୨୨୨୦୧୧୨୨କୁ ପ୍ରଥମେ ଆପଣ ମୋବାଇଲରେ ସେଭ୍ କରନ୍ତୁ । ପରେ ହ୍ୱାଟ୍ସଆପକୁ ଯାଇ ସେହି ନମ୍ବରରେ ଏଚପି ଗ୍ୟାସ୍ ବୁକ୍ ଲେଖି ପଠାଇଦିଅନ୍ତୁ । ଏହାପରେ ଆପଣଙ୍କୁ ଉକ୍ତ ନମ୍ବରେ ପଚରାଯିବ କି ଆପଣ ସିଲିଣ୍ଡର ବୁକ୍ କରିବାକୁ ଚାହୁଁଛନ୍ତି ? ଏହାପରେ ଆପଣ ୟେସ୍ ଲେଖି ପଠାଇଦିଅନ୍ତୁ । ବାସ୍ ଏହାପରେ ଆପଣଙ୍କ ଗ୍ୟାସ୍ ବୁକିଂ ସୁନିଶ୍ଚିନ୍ତ ହୋଇଯିବ ।

ସବୁଠାର ବଡ଼ କଥା ହେଲା କି, ଏହି ହ୍ୱାଟ୍ସଆପ ନମ୍ବର ସାହାଯ୍ୟରେ ଆପଣଙ୍କ ଅନେକ ସୂଚନା ମଧ୍ୟ ପାଇପାରିବେ । ଯେମିତିକି ଏଲପିଜି କୋଟା ଜାଣିବାକୁ ହେଲେ କ୍ୟୁଟା ଲେଖି ପଠାଇବାକୁ ହେବ । ଯଦି ଆପଣଙ୍କ ଗ୍ରାହକ ଆଇଡି ଭୁଲି ଯାଆନ୍ତି ତେବେ ଏହି ନମ୍ବରରେ କେବଳ ଏଲପିଜିଆଇଡି ଲେଖି ପଠାଇଲେ ସଙ୍ଗେ ସଙ୍ଗେ ଏହା ଜାଣିପାରିବେ । ଏପରିକି ଆପଣଙ୍କୁ ମିଳୁଥିବା ସବସିଡିର ତଥ୍ୟ ମଧ୍ୟ ପାଇପାରିବେ । ଅନ୍ୟାନ୍ୟ ସାହାଯ୍ୟ ପାଇଁ ହେଲ୍ପ ଲେଖି ସେହି ନମ୍ବରରେ ହ୍ୱାଟ୍ସଆପ କରି ଗ୍ୟାସ୍ ସିଲିଣ୍ଡର ଜନିତ ସମସ୍ତ ସମସ୍ୟାର ସମାଧାନ ପାଇାରିବେ ବୋଲି କମ୍ପାନୀ କହିଛି ।