ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ଓ ଝୁନା । ଜେଲରେ କେମିତି ଅଛନ୍ତି ନିରଞ୍ଜନ ?

238

କନକ ବ୍ୟୁରୋ : ରିମାଣ୍ଡ ଅବଧି ଶେଷ ହେବା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ଏବେ ଭଦ୍ରକ ଜେଲରେ ଅଛନ୍ତି । ଓଆଇଏସ ନିରଞ୍ଜନ ସେଠୀ ବି ଜେଲରେ ଅଛନ୍ତି ।

‘ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ଓ ଝୁନା’ । ଦିନେ ଅତିଥି ହୋଇ ଆସିଥିଲେ ଏବେ ବନ୍ଦୀ । ଭଦ୍ରକ ଜେଲରେ କେମିତି ଦିନ କାଟୁଛନ୍ତି ଶର୍ମିଷ୍ଠା ରାଉତ, ଝୁନା ଭୋଇ ଓ ଓଆଇଏସ୍ ନିରଞ୍ଜନ ସେଠୀ । ଏକଥା ଜାଣିବା ପାଇଁ ଆମେ ଜେଲ କର୍ମଚାରୀଙ୍କ ସହ ସମ୍ପର୍କରେ ଥିଲୁ । ଜେଲର କର୍ମଚାରୀମାନେ ତାଙ୍କ ଉପରେ ନଜର ରଖିଥିଲେ । ଆଉ ଏବେ ଯାହା ସୂଚନା ମିଳିଛି, ଜେଲର ଚାରିକାନ୍ଥ ଭିତରେ ଥିବା ଶର୍ମିଷ୍ଠା ରାଉତ ଜେଲ ଭିତରେ କୁଆଡେ କାନ୍ଦୁଛନ୍ତି । କାହା ସହ ବିଶେଷ କଥାବାର୍ତ୍ତା କରୁନାହାନ୍ତି । ସହଯୋଗୀ ଝୁନା ଭୋଇ ମଧ୍ୟ କାନ୍ଦୁଥିବା ଜଣାପଡିଛି ।

୨ଜଣଙ୍କ ଆଚରଣ ଦେଖି ଜେଲ କର୍ମଚାରୀ କୁହାକୁହି ହେଉଛନ୍ତି, ଏହି ଦୁହେଁ ହୁଏତ ନିଜ କଲା କର୍ମ ପାଇଁ ପଶ୍ଚାତାପ କରୁଛନ୍ତି । ହୁଏତ ଶର୍ମିଷ୍ଠା କେବେ ଭାବି ନଥିବେ ତାଙ୍କ ଜୀବନରେ ଏମିତି ଦିନ ଆସିବ । ସେ ଦିନେ ଯେଉଁ ଜେଲକୁ ଅତିଥି ହୋଇ ଆସିଥିଲେ ଏବେ ସେହି ଜେଲରେ ବନ୍ଦୀ ହୋଇ ରହିବେ ।

ଜେଲରେ କେମିତି ଅଛନ୍ତି ନିରଞ୍ଜନ ? ଜେଲ ଭିତରେ କରୁଛନ୍ତି କ’ଣ ? ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପୂର୍ବତନ ଓଇଏସ ଅଧିକାରୀ ନିରଞ୍ଜନ ସେଠୀ ସେହି ଜେଲର ୯ ନମ୍ବର ସେଲରେ ଅଛନ୍ତି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାନସ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ସୁଦ୍ଧା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଏହି ପୂର୍ବତନ ବୈଷୟିକ ନିର୍ଦ୍ଦେଶକଙ୍କ ମନରେ କୌଣସି ଅନୁଶୋଚନା ଥିବା ପରି ଜଣାପଡୁନାହିଁ । କାରଣ ଜେଲରେ ବେଶ ସ୍ୱାଭାବିକ ଜଣାପଡ଼ୁଛନ୍ତି ନିରଞ୍ଜନ ସେଠୀ । ମାନସ ହତ୍ୟା ମାମଲାରେ ଏମାନଙ୍କ ବିରୋଧରେ କ୍ରାଇମବ୍ରାଂଚର ତଦନ୍ତ ଜାରି ରହିଛି । କଠୋର ଶାସ୍ତି ପାଇଁ ତଦନ୍ତକାରୀ ସଂସ୍ଥା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ଲାଗିଛି ।