କନକ ବ୍ୟୁରୋ: ପୁଣି ଆଉ ଏକ ରେଳ ଦୁର୍ଘଟଣା । ମଙ୍ଗଳବାର ସକାଳୁ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ୨ଜଣଙ୍କ ମୃତ୍ୟୁ ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଭୋର ୩ଟା ୪୫ ମିନିଟରେ ଚକ୍ରଧରପୁର ଡିଭିଜନ ରାଜଖରସୁଆଁ ଓ ଓବାରବାମ୍ବୋ ମଝିରେ ଏହି ଦୁର୍ଘଟଣାରେ ୧୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଏହି ଲାଇନରେ ପୂର୍ବରୁ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ହାୱାଡା-ମୁମ୍ବାଇ ଏକ୍ସପ୍ରେସ ।

Advertisment

ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଧିକ ଗୁରୁତରଙ୍କ ରାଂଚି ଏମ୍ସକୁ ପଠାଯାଇଛି ସେପଟେ ଯାତ୍ରୀଙ୍କ ସର୍ମ୍ପକୀୟଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି । ମୃତକ ଓ ଆହତଙ୍କ ପରିବାର ପାଇଁ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସାହାଯ୍ୟ ରାଶି ଘୋଷଣା କରାଯାଇଛି ।

ରେଳ ଦୁର୍ଘଟଣାକୁ ନେଇ ଆକ୍ସନ ମୋଡରେ ସୋରେନ ସରକାର । ଦୋଷୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କଲେଣି ବିରୋଧୀ । ରେଳଦୁର୍ଘଟଣାରେ ବିଜେପି ସରକାର ରେକର୍ଡ କଲେଣି କହି ସମାଲୋଚନା କରିଛନ୍ତି ସମାଜ ବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏଥିସହ ବିରୋଧୀ କହିଛନ୍ତି ରେଳମନ୍ତ୍ରୀ ରିଲ କରିବା ଛାଡି ରେଳବାଇ ଉପରେ ଯଥେଷ୍ଠ ଧ୍ୟାନ ଦିଅନ୍ତୁ । ଅବହେଳା ଯୋଗୁଁ ବାରମ୍ବାର ଦେଶରେ ଏଭଳି ଘଟଣା ଘଟୁଛି ଓ ନିରିହଙ୍କ ଜବୀନ ଯାଉଛି , ଏହା ପାଇଁ ଜବାବଦେହୀ କିଏ?