କନକ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାତି ପାଖାପାଖି ୩ଟା ୩୪ ମିନିଟରେ ଝାଡଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏହାର ୫ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚକ୍ରଧରପୁର ସ୍ଥିତ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ହାୱଡା- ମୁମ୍ବାଇ ମେଲ ଏକ୍ସପ୍ରେସର ୩ଟି ବଗି ଟ୍ରାକରୁ ବାହାରିଯାଇ ପାଖରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଫଳରେ ୨୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/2-58.jpg)