କନକ ବ୍ୟୁରୋ: ଆସନ୍ତା ବୁଧବାର ଦିନ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରିବେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ । ଏନେଇ ଟ୍ୱିଟ୍ କରି ସୂଚନା ଦେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ପୂର୍ବନିର୍ଦ୍ଧାରିତ ଭଳି ଆସନ୍ତା ବୁଧବାର ଅର୍ଥାତ୍ ୨୧ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲି । ପାଣିପାଗ ସ୍ଥିତି ସମୀକ୍ଷା ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସ୍ଥିତି ଦେଖି କେତେକ ଜିଲ୍ଲାରେ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/post_attachments/wp-content/uploads/2023/06/34-8.jpg)