କେମିତି ସୁନ୍ଦର ଦେଖାଯିବ ଆଖି

78

ଆଖିକୁ ନେଇ ମହିଳାମାନେ ବେଶ ଚିନ୍ତିତ ଥାଆନ୍ତି । କାରଣ ଆଖି ମୁହଁର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ।ସୁନ୍ଦର ଆଖି ପାଇଁ ଅନେକ ପାଗଳ ହୋଇଥାଆନ୍ତି । ବିଭିନ୍ନ ଟିପସ ନେବା ସହ ଅନେକ ଘରୋଇ ଉପଚାର ମଧ୍ୟ କରିଥାନ୍ତି ମହିଳା । ତେବେ ଅନେକ ସମୟରେ ଲୋକଙ୍କର ଆଖିତଳ କଳା ପଡ଼ିଥିବାର ଦେଖାଯାଏ । ସେଥିପାଇଁ ସେମାନେ ଟେନସନ ରହିଥାନ୍ତି। ବଜାରରେ ମିଳୁଥିବା ବିଭିନ୍ନ ବ୍ରାଂଡର ନାମୀଦାମୀ କ୍ରିମ୍ବ୍ୟବହାର କରିଥାନ୍ତି । ଯଦି ଆଖି ତଳ କଳା ପଡିଥାଏ ଚିନ୍ତା ନକରି ଜାଣିରଖନ୍ତୁ କଣ କରିବା ଉଚିତ ।

-ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଯୋଗୁ ମଧ୍ୟ ଏପରି ହୋଇଥାଏ। ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

-ଆଖି ତଳ କଳା ପଡୁଥିଲେ ନଡିଆ ତେଲରେ କିଛି ଆଲମଣ୍ଡ ତେଲ ମିଶାଇ ଆଖି ଚାରିପାଖରେ ଧୀରେ ଧୀରେ ଲଗାନ୍ତୁ।

– କାକୁଡ଼ି ଓ ଆଳୁକୁ ଗୋଲେଇ ଗୋଲେଇ କରି କାଟିବା ସହ ଆଖି ଚାରିପାଖେ ପନ୍ଦର ମିନିଟ ରଖି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା କଳା ଦାଗ ଛାଡିବା ସହ ଆଖି ସୁନ୍ଦର ଦେଖାଯାଇଥା ଏ ।

-ବ୍ଲାକ୍ ଟି ତିଆରି କରି ଥଣ୍ଡା ହେବା ପରେ ତୁଳାରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ। ଏହା ସହ ପୋଦିନା ପତ୍ର ରସକୁ ଆଖି ତଳେ ଲଗାନ୍ତୁ । ଆଖି ତଳ କଳା ହେବାରୁ ମୁକ୍ତି ପାଇବେ ।

-ଯଦି କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସି କାମ କରିବାକୁ ପଡୁଛି ତେବେ ଆଖିରେ ଆଂଟି ରିଫ୍ଲେକସନ ଗ୍ଲାସ ବ୍ୟବହାର କରନ୍ତୁ ।