ଆପଣଙ୍କୁ ୧୮ବର୍ଷ ହୋଇଛି କି? ଯଦି ହୋଇଛି ତେବେ ଜାଣନ୍ତୁ କିପରି କରିବେ ନୂଆ ଭୋଟର ପଜୀଂକରଣ ।

Advertisment
ଆପଣଙ୍କୁ ୧୮ବର୍ଷ ହୋଇଛି କି? ଯଦି ହୋଇଛି ତେବେ ଜାଣନ୍ତୁ କିପରି କରିବେ ନୂଆ ଭୋଟର ପଜୀଂକରଣ ।

କନକ ବ୍ୟୁରୋ : ଆପଣଙ୍କୁ ୧୮ବର୍ଷରୁ ଅଧିକ ବୟସ ହୋଇଛି କି ? ଯଦି ହୋଇଛି ତେବେ ଯଥାଶୀଘ୍ର ନିଜର ନାମ ପଜୀଂକରଣ କରାଇନିଅନ୍ତୁ । ତେବେ କିପରି ଭାବରେ ଓ କେଉଁଠାରେ ନିଜର ନାମ ଭୋଟର ତାଲିକାରେ ପଜୀଂକରଣ କରାଇବେ ତାହା ଜାଣନ୍ତୁ । ତେବେ ଚିଠା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୧୮-୧୯ ବର୍ଷ ବୟସର ନୂଆ ଭୋଟରମାନେ ପଜୀଂକରଣ କରିପାରିବେ। ସେମାନେ ଭୋଟର ଫର୍ମ-୬ ପୂରଣ କରି ନିଜର ରଙ୍ଗିନ ପାସପୋର୍ଟ ଆକାରର ଫଟୋ, ଜନ୍ମ ତାରିଖ ଓ ବାସସ୍ଥାନ ପ୍ରମାଣପତ୍ର ସହ ସଂପୃକ୍ତ ବୁଥସ୍ତରୀୟ ଅଧିକାରୀ(ବିଏଲ୍ଓ)ଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ।

publive-imageସେମାନେ ବ୍ଲକ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବି ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ରର ସହାୟତା ନେଇପାରିବେ। ଏପରି କି ଘରେ ବସି ମଧ୍ୟ ସେମାନେ ଅନଲାଇନ ଯୋଗେ ଆବେଦନ କରିପାରିବେ। ଏଥିପାଇଁ ପୋର୍ଟାଲ୍ ଠିକଣା ଦିଆଯାଇଛି। ଆବେଦନ କରିବା ପରେ ସେମାନେ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe