କ୍ୟାନ୍ସର ଏବଂ ଟ୍ୟୁମରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି କି ? ଆପଣାନ୍ତୁ ଏହି ଚେର , ରାମବାଣ ଭଳି ସାବ୍ୟସ୍ତ ହେବ ! 

କ୍ୟାନ୍ସର ଏବଂ ଟ୍ୟୁମରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି କି ? ଆପଣାନ୍ତୁ ଏହି ଚେର , ରାମବାଣ ଭଳି ସାବ୍ୟସ୍ତ ହେବ ! 

ଅଶ୍ୱଗନ୍ଧା ଚେର ଆମର ଅନେକ କାମରେ ଆସିଥାଏ । ଆର୍ୟୁବେଦ ଅନୁଯାୟୀ ଏହା ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ୭୬୦ ମିଲିଗ୍ରାମ ଅଶ୍ୱଗନ୍ଧା ସହିତ ଅନ୍ୟ ଏଗାରଟି ଚେର ମୂଳରେ ପ୍ରସ୍ତୁତ ଟନିକକୁ ଦୈନିକ ଥରେ ଲେଖାଏଁ ସେବନ କଲେ ଅନେକ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ ନିୟମିତ ଅଶ୍ୱଗନ୍ଧା ସେବନ କରିଲେ ନିଶା ସେବନରୁ ମୁକ୍ତି ମିଳିଥାଏ । ସଂସ୍କୃତରେ ଅଶ୍ୱଗନ୍ଧାର ଅର୍ଥ ହେଲା ଘୋଡ଼ାର ବାସ୍ନା । ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷ କରି ଅଶୁସ୍ଥ  ହେବା ପରେ ଏହା ଭଲ କାମ କରିଥାଏ । ଅଶ୍ୱଗନ୍ଧା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ୍ ଲାଭକାରୀ । ନିୟମିତ ଭାବେ ଏହାର ସେବନ କରିଲେ ଯୌନ କ୍ଷମତା ବୃଦ୍ଧି ପାଇଥାଏ । କେତେକ ଗବେଷଣାରୁ ଜଣାଯାଇଛି ଯେ ମଣିଷ ଭିତରେ ଟ୍ୟୁମର ହେଉଥିଲେ, ତାକୁ ପ୍ରତିହିତ କରିଥାଏ ଅଶ୍ୱଗନ୍ଧା । ଏତଦବ୍ୟତୀତ କ୍ଷୁଦ୍ର ପ୍ରାଣୀଙ୍କ ଠାରେ କର୍କଟ କୋଷ ବୃଦ୍ଧିକୁ ମଧ୍ୟ ଏହା ରୋକିଥାଏ ।

publive-image

ଅଶ୍ୱଗନ୍ଧା ସେବନ କରିଲେ, ମସ୍ତିଷ୍କ ଥଣ୍ଡା ରହିଥାଏ । ଏହା ନିଦ୍ରାକାରକ ବୋଲି ମଧ୍ୟ ଗବେଷଣାରେ କୁହାଯାଇଛି । ମନରେ ଉତ୍କଣ୍ଠା ଓ ଅବସାଦ ବା କ୍ଲାନ୍ତି ଦେଖା ଦେଉଥିଲେ ଅଶ୍ୱଗନ୍ଧାର ସେବନ ଏହାର ଉପଶମ ରେ ସହାୟକ ହୋଇଥାଏ । ମୋଟାମୋଟି ଭାବେ ଅଶ୍ୱଗନ୍ଧା ଚୁର୍ଣ୍ଣ ସେବନ କରିଲେ ମାନସିକ ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ ଏହା ଥଣ୍ଡା ଓ କାଶର ନିଦାନ ଭାବେ ମଧ୍ୟ କାର୍ୟ୍ୟ କରିଥାଏ । ଟ୍ୟୁମର ଓ ଟ୍ୟୁବର କୁଲୋସିସ୍ ରୋଗ ପାଇଁ ମଧ୍ୟ ଅଶ୍ୱଗନ୍ଧା ମହୌଷଧି ସଦୃଶ କାମ କରିଥାଏ ।

publive-image

ପ୍ରତ୍ୟେହ ଗରମ କ୍ଷୀର ଏକ କପରେ ଦୁଇ ଚାମଚ ଅଶ୍ୱଗନ୍ଧା ଚୁର୍ଣ୍ଣ ମିଶାଇ ସେବନ କରିଲେ ତାହା ମାନସିକ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଠିକ ସେହିପରି ଗର୍ଭବତୀ ମହିଳାମାନେ ମଧ୍ୟ ଗର୍ଭାବସ୍ଥାରେ ଦିନକୁ ଦୁଇ ଥର ଲେଖାଏଁ ୬୦୦ ରୁ ୧୦୦୦ ମିଲିଗ୍ରାମ ଯାଏଁ ଅଶ୍ୱଗନ୍ଧା ସେବନ କରିବାକୁ ପରାମର୍ଶ ଦିଆଯାଉଛି । ଅଶ୍ୱଗନ୍ଧାରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ତେବେ ବେଳେ ବେଳେ ଏହାର ମାତ୍ରାଧିକ ସେବନ ଯୋଗୁଁ ଡାଇରିଆ, ବାନ୍ତି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe