ଜେଲରୁ କେମିତି ସରକାର ଚଳାଇବେ କେଜ୍ରିୱାଲ ? ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବେ କି କୋର୍ଟ?

301

କନକ ବ୍ୟୁରୋ: ଜେଲରୁ କେମିତି ସରକାର ଚଳାଇବେ କେଜ୍ରିୱାଲ? କାରଣ ଜେଲରେ କଏଦୀଙ୍କ ପାଇଁ ରହିଛି କଡା ନିୟମ । ଏଠାରେ କୌଣସି ବିଶେଷ ଅଧିକାର ମିଳିନଥାଏ । ଜେଲ ମାନୁଆଲ ଅନୁସାରେ ନେତା କୌଣସି ବୈଠକ କରିପାରିବେନି । କୋର୍ଟଙ୍କ ଅନୁମତିରେ କେବଳ ନ୍ୟାୟିକ ଦସ୍ତାବିଜରେ ଦସ୍ତଖତ କରିପାରିବେ ।

ଏହା ସହ ଜେଲ ନିୟମ ଅନୁଯାୟୀ, ଜେଲରେ ଥାଇ କୌଣସି ଫାଇଲରେ ଦସ୍ତଖତ କଲେ ବୈଧ ହେବ ନାହିଁ । ଜେଲ ମାନୁଆଲ ଅନୁସାରେ, ସପ୍ତାହରେ ଦୁଇ ଥର କଏଦୀଙ୍କୁ ଭେଟିପାରିବେ । ଏଥିପାଇଁ କଏଦୀ ସର୍ବାଧିକ ୧୦ ଜଣଙ୍କ ନାମ ସୁପାରିଶ କରିପାରିବେ । ଭେଟଘାଟ ପାଇଁ ଟେଲିଫୋନ କରି ବୁକିଂ କରିବାକୁ ପଡି଼ଥାଏ । ଭେଟଘାଟ ତାରିଖ ଓ ସମୟ ଆଗୁଆ ନିର୍ଦ୍ଧାରଣ କରାଯାଏ ।ତାରିଖ ଓ ସମୟ ନିର୍ଦ୍ଧାରଣ କରିବେ ଜେଲ ସୁପରିଟେଣ୍ଡେଣ୍ଟଣ୍ଟ ଗୋଟିଏ ସମୟରେ ସର୍ବାଧିକ ୩ ଜଣ ହିଁ କଏଦୀକୁ ଭେଟିପାରିବେ । ତାରଜାଲି ଏପଟରେ ରହି କଏଦୀଙ୍କୁ ଭେଟି ପାରିବେ ସଂପର୍କୀୟ ସକାଳ ସାଢେ ୯ଟାରୁ ସାଢେ ୧୨ଟା ମଧ୍ୟରେ ହୋଇପାରିବ ଭେଟଘାଟ । ପିଏମଏଲଏ କୋର୍ଟଙ୍କ ଅନୁମତିରେ ଇଡି ରିମାଣ୍ଡ ସମୟରେ ଭେଟିପାରିବେ ସଂପର୍କୀୟ । ତେଣୁ ଏଭଳି ସ୍ଥିତିରେ କେଜ୍ରିୱାଲ କିପରି ଶାସନ ବ୍ୟବସ୍ଥା ଉପରେ ନଜର ରଖିବେ ସେ ନେଇ ହେଉଛି ଚର୍ଚ୍ଚା ।