କନକ ବ୍ୟୁରୋ: ଆଜି ଏସିଆକପ ୨୦୨୨ରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ଫାଇନାଲ ରେସରେ ରହିବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବାକୁ ହେବ । ସୁପର-୪ ଷ୍ଟେଜରେ ଭାରତ ତାର ପ୍ରଥମ ମ୍ୟାଚ ହାରି ସାରିଛି । ଏଭଳି ସ୍ଥିତିରେ ଭାରତ ପାଇଁ ବିଜୟ ନିହାତି ଆବଶ୍ୟକ ରହିଛି । ତେବେ ସୁପର-୪ ଷ୍ଟେଜରେ ସମୀକରଣ ଏମିତି ରହିଛି ଯେ ଫାଇନାଲରେ ଭାରତ ସ୍ଥାନ ପକ୍କା କରିବା ବି କଷ୍ଟକର ହୋଇପଡିଛି ।

Advertisment

ସୁପର ୪ ଷ୍ଟେଜରେ ପ୍ରତି ଟିମ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଭାରତ ତାର ପ୍ରଥମ ମ୍ୟାଚ ପାକିସ୍ତାନ ସହ ହାରିସାରିଛି । ଆଗାମୀ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ରହିଛି । ପଏଣ୍ଟ ଟେବୁଲରେ ଭାରତ ଏବେ ୩ ନମ୍ବର ସ୍ଥାନରେ ରହିଛି । ତେବେ ଫାଇନାଲରେ ପହଞ୍ଚିବାକୁ ଭାରତ ପାଖରେ କଣ ରାସ୍ତା ରହିଛି ପଢନ୍ତୁ...

ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମାତ ଦେଇ ଭାରତ ଫାଇନାଲରେ ପହଞ୍ଚିପାରେ । ଏଭଳି ହେଲେ ଭାରତ ୪ ପଏଣ୍ଟ ହାସଲ କରିବ । ଯଦି ନେଟ ରନରେଟ ବହୁତ ଭଲ ହେଲା ତେବେ ବିନା କୌଣସି ବାଧାରେ ଭାରତ ସିଧା ଫାଇନାଲରେ ପ୍ରବେଶ କରିପାରେ ।

ଯଦି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଦିଏ ତେବେ ମାମଲା ବିଗିଡି ପାରେ କାରଣ ସେତେବେଳେ ନେଟରନରେଟ କାମ କରିବ । ଆଉ ଏବେ ଶ୍ରୀଲଙ୍କାର ନେଟ ରନରେଟ ବହୁତ ଭଲ ଅଛି । ତେଣୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ସହ ଭାରତକୁ ନିଜ ରନରେଟ ଉପରେ ବି ନଜର ରଖିବାକୁ ହେବ । ତେଣୁ ଆଜିର ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।