ମୋର କେମିତି ହେବ ବାହାଘର? ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଶ୍ନ କଲେ ମଙ୍ଗୁଳା କନ୍ୟା।

Advertisment
ମୋର କେମିତି ହେବ ବାହାଘର? ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଶ୍ନ କଲେ ମଙ୍ଗୁଳା କନ୍ୟା।

କନକ ବ୍ୟୁରୋ: କେମିତି ବାହା ହେବ ମଙ୍ଗୁଳା କନ୍ୟା? ବାହାଘର ଆଗରୁ ଘରୁ ଚୋରି ହୋଇଗଲା ବାହାଘର ପାଇଁ ଥିବା ସୁନାଗହଣା ଓ ଟଙ୍କା । ଚୋରି ସୁନା ଫେରାଇ ଆଣିବାକୁ ଜିଲ୍ଳାପାଳ ଓ ଏସପିଙ୍କ ନିକଟରେ ଗୁହାରି କଲେ ମଙ୍ଗୁଳା କନ୍ୟା । ଆଜି ଜୟପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଚାଲିଥିବା ବେଳେ ପହଞ୍ଚିଥିଲେ ଜଣେ ଯୁବତୀ । ମେ ୫ ତାରିଖରେ ଏହି ଯୁବତୀଙ୍କ ବାହାଘର ଅଛି । ଏଥିପାଇଁ ବିବାହ ଶୁଭ ପଡି ସାରିଛି । ଝିଅ ମଙ୍ଗୁଳା ହୋଇସାରିଛି । ହେଲେ ବାହାଘର ଆଗରୁ ତାଙ୍କ ଘରୁ ଚୋରି ହୋଇଯାଇଛି ବାହାଘର ପାଇଁ ଥିବା ୩ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ।

ଗତ ୧୬ ତାରିଖ ଦିନ ସକାଳ ୬ଟା ବେଳେ ଚୋରି ହୋଇଯାଇଛି । ସୁନା ଓ ଟଙ୍କା ଚୋରି ହୋଇଯିବା ପରେ ଝିଅ ବାହାଘର କେମିତି ହେବ ତାକୁ ନେଇ ବିଧବା ମାଆ ଚିନ୍ତାରେ ପଡିଥିବା ବେଳେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ପାଖରେ ପହଞ୍ଚିଛନ୍ତି ଝିଅ । କହିଛନ୍ତି, ବିବାହ ତାରିଖ ଘୁଞ୍ଚାଇବା ପାଇଁ ମନା କରୁଛନ୍ତି ବର ଘର । ଏଣେ ଚୋରି ଟଙ୍କା ସୁନା ମିଳୁନାହିଁ, ପାଖରେ ଟଙ୍କାଟିଏ ନାହିଁ କେମିତି ବାହା ହେବେ ବୋଲି ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଶ୍ନ କରିଛନ୍ତି ସରସ୍ୱତୀ ସିଂ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe