କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ବି ୨୧ ଆସନରୁ ୭ ମହିଳା ପ୍ରାର୍ଥୀ ଦେବା ପାଇଁ ଚୂଡାନ୍ତ ହୋଇସାରିଛି । ଏପରିକି କିଏ କେଉଁ ଜାଗାରେ ପ୍ରାର୍ଥୀ ହେବେ ତାର ନିଷ୍ପତି ମଧ୍ୟ ନବୀନ ନେଇ ସାରିଥିବା କୁହାଯାଉଛି ।
ବିଧାନସଭାରେ ୩୩% ମହିଳା ପ୍ରାର୍ଥୀ ଦେବ କି ବିଜେଡି?

  • ଗତଥରର ଲୋକସଭା ଫର୍ମୁଲା ଏଥର ବିଧାନସଭାରେ ହେବ କି ପ୍ରୟୋଗ?
  • ଟିକେଟ ରେସରେ ଅନେକ ମହିଳା ବିଜେଡି ନେତ୍ରୀ

ସବୁବେଳେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଥିବା ବିଜେଡି, ଚଳିତ ନିର୍ବାଚନରେ ବିଧାନସଭା ଆସନ ପାଇଁ ୩୩ ପ୍ରତିଶତ ଅର୍ଥାତ ୧୪୭ଟି ଆସନରୁ ୪୯ଟିରେ ମହିଳା ପ୍ରାର୍ଥୀ ଦେବ କି ? ଯାହାକୁ ନେଇ କ୍ଷମତା କେନ୍ଦ୍ର ଜୋରଦାର କସରତ କରୁଥିବା କୁହାଯାଉଛି ।

୨୦୨୪ ପାଇଁ ବିଜେଡି ପ୍ଲାନ୍

  • ୨୪ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିବା ପାଇଁ ଲକ୍ଷ୍ୟ ରଖିଥିବା ବିଜେଡି ମହିଳାଙ୍କୁ ସାମ୍ନାକୁ ଆଣି ବଡ଼ ରିସ୍କ ନେବ ତ?
  • କାରଣ ଏତେ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଲେ ଅନେକ ହେଭିୱେଟ ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇପାରନ୍ତି
  • ଅନ୍ୟପଟେ ଟିକେଟ ହାତେଇବା ପାଇଁ ଅନେକ ମହିଳା ଆଶାୟୀ ମଧ୍ୟ ଲବିକୁ ଜୋରଦାର କଲେଣି
  • ଯଦି ୪୯ ସିଟରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ବିଜେଡି ବିକଳ୍ପ ରଣନୀତି ମଧ୍ୟ ପ୍ରସ୍ତୁତ କରୁଥିବା କୁହାଯାଉଛି

ବିଜେଡିର ପ୍ଲାନ- ବି

  • ବିଜେଡି ମହଲରେ ଏପରି ଚର୍ଚ୍ଚା ହେଉଛି, ଯଦି ୪୯ଟି ଆସନରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ପ୍ରତ୍ୟେକ ଜିଲ୍ଲାରୁ ମହିଳା ପ୍ରତିନିଧିତ୍ୱଙ୍କୁ ସୁଯୋଗ ଦିଆଯାଇପାରେ
  • ଅର୍ଥାତ ୩୦ଜିଲ୍ଲାର ୩୦ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ଦଳ

୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଅଧିକରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲା । ଏପରିକି ମହିଳା ସଂରକ୍ଷଣ ବିଲକୁ ନେଇ ଦେଶରେ ବଡ କ୍ୟାମ୍ପେନ କରିଥିଲା ବିଜେଡି । ଏବେ ବିଜେଡି କହିଛି ନବୀନ ପଟ୍ଟନାୟକ ନିର୍ବାଚନଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୧୯ ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା, ସେଥିରୁ ୧୨ ଜଣ ମହିଳା ବିଜୟ ହାସଲ କରିଥିଲେ । ବିଜେପି ୧୨ଟି ସ୍ଥାନରେ ମହିଳା ପ୍ରାର୍ଥୀ ଦେଇଥିବା ବେେଳେ କଂଗ୍ରେସ ୧୩ଟି ମହିଳା ଚେହେରାଙ୍କୁ ମଇଦାନକୁ ଓହ୍ଲାଇଥିଲା ।

୨୦୧୯ ବିଧାନସଭା ନିର୍ବାଚନରେ ମହିଳା ପ୍ରାର୍ଥୀ

  • ବିଜେଡି- ୧୯ (୧୨ ବିଜୟୀ)
  • ବିଜେପି- ୧୨
  • କଂଗ୍ରେସ- ୧୩