କନକ ବ୍ୟୁରୋ : କେନ୍ଦ୍ର ସରକାର ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରିଛନ୍ତି । ଏହାପରେ ଛାତ୍ର ଛାତ୍ରୀମାନେ କିଭଳି ଭାବେ ବିଶ୍ୱ ବିଦ୍ୟାଳୟରେ ଆଡମିଶନ କରିବେ ସେନେଇ କେନ୍ଦ୍ର ଶିକ୍ଷା ବିଭାଗ କିଛି ଗାଇଡ ଲାଇନ ଦେଇ ନଥିବା ବେଳେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକାରୀ ଭି.ସି ପି.ସି ଯୋଶୀ କହିଛନ୍ତି କି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୭୦ ହଜାର ସିଟ ପାଇଁ ଜୁଲାଇ ମାସରେ ପ୍ରବେଶିକା ପରୀକ୍ଷା ହୋଇପାରେ । ଏହାସହ ସିବିଏସଇ ବୋର୍ଡ ଯେଉଁ ଆଧାରରେ ପିଲାମାନଙ୍କୁ ମାର୍କ ଦେବ ସେହି ମେରିଟ୍ ଆଧାରରେ ବି ଆଡମିଶନ ହେବ । ଏହାସହ ସେ କହିଛନ୍ତି କି ପରୀକ୍ଷା ରଦ୍ଦ କରି ଯଦି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପରୀକ୍ଷା ମାଧ୍ୟମରେ କରାଇବେ ତ ଆମେ ସେହି ଗାଇଡ ଲାଇନ୍ ମୁତାବକ ଆଡମିଶନ କରିବୁ । ଅନ୍ୟପଟେ ପୁରା ସିବିଏସଇ ଓ ରାଜ୍ୟ ମାନଙ୍କର ରାଜ୍ୟ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପି.ସି ଜୋଶୀ କହିଛନ୍ତି ।

Advertisment

କହିରଖୁ କି, କରୋନା ମହାମାରୀର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ସିବିଏସଇ ଓ ଆଇସିଏସି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଛନ୍ତି । ସୂଚନା ଥାଉକି କରୋନା ଭୟରେ ଉଭୟ ଛାତ୍ର ଛାତ୍ରୀ ଓ ଅବିଭାବକମାନେ ପରୀକ୍ଷା ରଦ୍ଦ କରିବାକୁ ଦାବି କରିଥିଲେ ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପରେ ଆଜି ମଧ୍ୟପ୍ରଦେଶ ଓ ଗୁୁଜୁରାଟ ସରକାର ବି +୨ ରାଜ୍ୟ ବୋର୍ଡ ପରୀକ୍ଷା ବାତିଲ କରିଛନ୍ତି ।