କରୋନା ଭୂତାଣୁକୁ ରୋକିବାକୁ ବାଟ ବାହାର କଲେ ଭାରତୀୟ ଡାକ୍ତର । କହିଲେ, ସ୍ୱଚ୍ଛତା ଦେବ ସୁରକ୍ଷା : ଭ୍ୟାକୁମ କ୍ଲିନ ସହ ଲୁଣ ପାଣିରେ ଘର ସଫାକୁ ଗୁରୁତ୍ୱ ଦେଲେ ବିଜ୍ଞାନୀ ସମ୍ରାଟ ଘୋଷ

782

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ମହାଲି ଆଇଜରର ଡାକ୍ତର ସମ୍ରାଟ ଘୋଷ ଏହି ମାରାତ୍ମକ ରୋଗରୁ ବଂଚିବାର ବାଟ ବାହାର କରିଛନ୍ତି । ତାଙ୍କ ମତରେ ପ୍ରତି ଦିନ ନିଜ ଘରକୁ ଭାକ୍ୟୁମ ସକ୍ସନ୍ ଦ୍ୱାରା ସଫା କଲେ ବହୁ ପ୍ରକାର ଭୂତାଣୁ ଜନ୍ମ ହେବାକୁ ରୋକାଯାଇ ପାରିବ । ଏହା ସହ କରୋନା ଭୂତାଣୁକୁ ବ୍ୟାପିବାରୁ ରୋକାଯାଇପାରିବ ବୋଲି ସେ କହିଛନ୍ତି । ଏହି ମାରାତ୍ମକ ଭୂତାଣୁକୁ ରୋକିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ଦିନ ରାତି ଏକ କରି ଗବେଷଣାରେ ଲାଗିଛନ୍ତି ।

ବର୍ତମାନ ସୁଦ୍ଧା ଏହାକୁ ପ୍ରତିହତ କରିବା ଭଳି କୌଣସି ଔଷଧ ତିଆରି କରାଯାଇ ପାରି ନାହିଁ । ତେବେ ଗବେଷଣାରୁ ଏତିକି ସ୍ପଷ୍ଟ ହୋଇଛି ଯେ, କରୋନା ଭାଇରସ ଯେଉଁମାନଙ୍କ ରୋଗପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ଆକ୍ରମଣ କରିଥାଏ । ତେଣୁ ଭୂତାଣୁ ଆକ୍ରମଣକୁ ରୋକିବା ସହ ନିଜର ଇମ୍ୟୁନ ସିଷ୍ଟମକୁ ବଢାଇବା ଜରୁରୀ ବୋଲି ଡାକ୍ତର ସମ୍ରାଟ ଘୋଷ କହିଛନ୍ତି । ତେଣୁ ଏହା ପ୍ରଭାବରୁ ବଂଚିବାର ବାଟ ହେଉଛି ସଫା ରହିବା । ଭାକ୍ୟୁମ କ୍ଲିନର ଜରିଆରେ ସଫା ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଲୁଣ ପାଣିରେ ନିଜ ଘରକୁ ସଫା କରିବାକୁ ସେ କହିଛନ୍ତି ।