ଭାରତରେ କିପରି ଭାବରେ ପାଳନ କରାଯାଏ କାଳୀପୂଜା?

96

କନକ ବ୍ୟୁରୋ : ସାଧାରଣତଃ ଭାବରେ ଭାରତରେ ଅନେକ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ବର୍ଷସାରା ଏପରି ପୂଜା କରିବାର ବିଧି ଭାରତୀୟ ସଂସ୍କୃତିରେ କାହିଁ କେତେ ଦିନରୁ ରହିଆସିଛି । ତେଣୁ ଭାରତୀୟମାନେ ନିଜ ପରମ୍ପରା ଅନୁସାରେ କାର୍ତିକ ମାସରେ କାଳୀପୂଜା କରିଥାଆନ୍ତି । କୋଣ ଅଣୁକୋଣରେ ଧୁମଧାମରେ ହୋଇଥାଏ ପୂଜା । ପ୍ରଥମେ ଦୁର୍ଗାପୂଜା ଏହାପରେ ଲକ୍ଷ୍ମୀ ପୂଜା ଓ କାଳୀପୂଜା କରାଯାଇଥାଏ । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତମାନ ଦେଶରେ ଅନେକ ମଣ୍ଡପରେ ମା’ଙ୍କର ମୁଣ୍ମୟୀ ମୂର୍ତୀ ନିର୍ମାଣ କରିବାରେ କାରିଗର ବ୍ୟସ୍ତ । ନିୟମ ଅନୁସାରେ ଦଶହରା ଦିନ ମା’ଙ୍କ ମୂର୍ତୀ ନିର୍ମାଣ ପାଇଁ ମାଟି ପୂଜା କରାଗଲା ପରେ ମୂର୍ତୀ କାମ ଆରମ୍ଭ ହୋଇଥାଏ ।

 

କାଳୀପୂଜା ଦିନ ବାଣଫୁଟାଇବାର ମଧ୍ୟ ପରମ୍ପରା ରହିଛି । ବର୍ତମାନ ସମୟରେ ପ୍ରଦୂଷଣ ପାଇଁ ବାଣଫୁଟା କମିଯାଇଥିଲେ ମଧ୍ୟ ଘରର ସାଜସଜ୍ଜା ଦିଗରେ ଲୋକମାନେ ବେଶି ଧ୍ୟାନ ଦେଉଥିବା ଦେଖାଯାଇଛି । କାଳୀପୂଜା ଦିନ ସନ୍ଧ୍ୟା ସମୟରେ ପରିବାରର ସମସ୍ତ ଲୋକ ମିଳିତ ଭାବରେ ଦୀପ ଦାନ କରିବା ସହ ମା’ଙ୍କର ଆର୍ଶୀବାଦ କାମନା କରନ୍ତି । ପରେ ଆରମ୍ଭ ହୋଇଥାଏ ବାଣଫୁଟା ସହ ପୂଜାର୍ଚ୍ଚନା । ବିଶେତଃ କହିବାକୁ ଗଲେ ଏହି ପୂଜାରେ ମାହୋଲ କିଛି ଅଲଗା ରହିଥାଏ । କହିବାକୁ ଗଲେ ବାଣଫୁଟାରେ ଘରର କୁନିକୁନି ପିଲାମାନେ ବେଶି ସମୟ ଅତିବାହିତ କରନ୍ତି ।

 

ତେଣୁ ଏହାକୁ ଅପେକ୍ଷା କରି ରହିଥାଆନ୍ତି ଅନେକ ପିଲା । କେଉଁ ସ୍ଥାନରେ ୭ ଦିନ ତ କେଉଁ ସ୍ଥାନରେ ୧୧ ଦିନ ପର୍ଯ୍ୟନ୍ତ କାଳୀଙ୍କର ପୂଜାର୍ଚ୍ଚନା ଚାଲିଥାଏ । ଏହି ସମୟରେ ଅନ୍ନ ଭୋଗ ସହ ବିଭିନ୍ନ ପ୍ରକାର ନୈବିଦ୍ୟ ଓ ଫଳମୂଳ ଭୋଗ ମଧ୍ୟ କରାଯାଇଥାଏ । ଏହା ପୂର୍ବଦିନ ଅର୍ଥାତ ଚତୁର୍ଦ୍ଦଶୀ ଦିନ ମା’ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ । କୁହାଯାଏ ଏହି ଦିନରେ ମା’ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ । ତେବେ ମୋଟ ଉପରେ କହିବାକୁ ଗଲେ ସାରା ଦେଶରେ ଆଡମ୍ବରର ସହ ପାଳନ କରାଯାଏ କାଳୀପୂଜା ।