କନକ ବ୍ୟୁରୋ : ଲୋକମାନେ ଅନ୍ୟମାନଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏହାସହ ନିଜର ଦାବି ଓ ସରକାରଙ୍କ ନୀତିକୁ ବିରୋଧ କରିବା ଆଳରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି । ବିରୋଧ ଆଳରେ କେଉଁଠି ହିଂସା ହେଉଛି ତ କେଉଁଠି ମଜାଳିଆ କାର୍ଯ୍ୟ କରି ଲୋକମାନେ ବିରୋଧ କରୁଛନ୍ତି । ହେଲେ ପାଲେଷ୍ଟାଇନ ନାଗରିକମାନଙ୍କ ପାଇଁ ବିରୋଧର ପ୍ରତୀକ ସାଜିଛି ତରଭୂଜ ।

Advertisment

ସେମିତି କିଛି ଦେଖିବାକୁ ମିଳୁଛି ପାଲେଷ୍ଟାଇନରେ ଅଂଚଳରେ । ପାଲେଷ୍ଟାଇନରେ ଇସ୍ରାଏଲ ଦ୍ୱାରା ଚାଲିଥିବା ଲଗାତାର ଆକ୍ରମଣକୁ ସେଠାକାର ଅଧିବାସୀ ଘୋର ବିରୋଧ କରୁଛନ୍ତି । ହେଲେ ଲୋକ ମାନେ ତରଭୁଜ ସାହାଯ୍ୟରେ ଟିକେ ଭିନ୍ନ ଉପାୟରେ ବିରୋଧ କରୁଛନ୍ତି ଯାହା କି ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।

କାହିଁକି ତରଭୁଜା ହେଲା ବିରୋଧର ପ୍ରତୀକ -

ତରଭୁଜକୁ ନେଇ ହରତାଳ କରିବା ଘଟଣା ଏବେ ପ୍ରଥମ ନୁହେଁ, ଆଗରୁ ୧୯୬୭ ମସିହା ଯେବେ ଇସ୍ରାଏଲ ୱେଷ୍ଟବ୍ୟାଙ୍କ, ଗଜା ଓ ପୂର୍ବ ଯେରୁଜେଲମ ଅଞ୍ଚଳକୁ ଅକ୍ତିଆର କରି ପାଲେଷ୍ଟାଇନ ପତାକା ପ୍ରଦର୍ଶନକୁ ଅପରାଧ ଘୋଷିତ କରିଥିଲା ସେବେ ପ୍ରଥମ କରି ପାଲେଷ୍ଟାଇନବାସି ତରଭୁଜକୁ୍ ପ୍ରତିବାଦର ପ୍ରତୀକ ଭାବେ ବ୍ୟବହାରା କରିବା ଆରମ୍ଭ କରିଥିଲେ ।

ତରଭୁଜ ଭିତର ନାଲି ବାହାର ଧଳା ଥିବା ବେଳେ ମଞ୍ଜି କଳା ଓ ବାହାର ଚୋପା ସବୁଜ ରଙ୍ଗ ରହିଥାଏ, ଏହାର ସାମଞ୍ଜସ୍ୟ ପାଲେଷ୍ଟାଇନର ପତାକା ସହ ରହିଥିବାରୁ ସେମାନେ ଆନ୍ଦୋଳନ ସମୟରେ ତରଭୁଜ ଦେଖାଇବା ଆରମ୍ଭ କରିଥିଲେ । ଖାଲିଦ ହୁରାଣୀ ନାମକ ଜଣେ କଳାକାରଙ୍କ ରଚିତ "ଦ ଷ୍ଟୋରୀ ଅଫ ଦ ୱାଟରମେଲନ " ପାଲେଷ୍ଟାଇନର ସବଜେକ୍ଟିଭ ଆଟ୍ଲାସରେ ସ୍ଥାନ ପାଇଥିବା ବେଳେ ତାଙ୍କର ଅନ୍ୟ ଏକ କଳାକୃତି "ଦ କଲର୍ସ ଅଫ ଫିଲିଷ୍ଟିନି ଫ୍ଲାଗ " ଜରିଆରେ ଏହି କାହାଣୀ ବିଶ୍ୱ ସ୍ତରରେ ଚର୍ଚ୍ଚାକୁ ଆସିଥିଲା।