ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣ ରୋକିବାରେ କିଭଳି ଧନ, ଜନ, ଜ୍ଞାନ ବଳ ଥିବା ଦେଶମାନଙ୍କୁ ପଛରେ ପକାଇଛି ଓଡ଼ିଶା? ସୁବ୍ରତଙ୍କ ପ୍ରଶ୍ନ , ଶର୍ମା ରଖିଲେ ଉତ୍ତର...

Advertisment
ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣ ରୋକିବାରେ କିଭଳି ଧନ, ଜନ, ଜ୍ଞାନ ବଳ ଥିବା ଦେଶମାନଙ୍କୁ ପଛରେ ପକାଇଛି ଓଡ଼ିଶା? ସୁବ୍ରତଙ୍କ ପ୍ରଶ୍ନ , ଶର୍ମା ରଖିଲେ ଉତ୍ତର...

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଧନ, ଜନ, ଜ୍ଞାନ ବଳରେ ଥିବା ଦେଶମାନେ ମଧ୍ୟ ସାମଗ୍ରୀ ବଳ ପଛରେ ପଡ଼ି ଯାଉଛନ୍ତି । ଏପରି ସ୍ଥିତିରେ ଓଡ଼ିଶାର ସାମଗ୍ରୀ ବଳ ଛୁଞ୍ଚି ଠାରୁ ପିପିଇ ପର୍ଯ୍ୟନ୍ତ, ମାସ୍କଠାରୁ ସାନିଟାଇଜର୍ ଏବଂ ଭିଟିଏମ୍ କିଟ୍ ଠାରୁ ଆରମ୍ଭ କରି ଭେଣ୍ଟିଲେଟର ଏସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ଓଡ଼ିଶାର ସ୍ଥିତି କ’ଣ ରହିଛି ସେନେଇ ସୁବ୍ରତ ବାଗଚୀ ପ୍ରଶ୍ନ ପଚାରିଥିବେଳେ ତାର ପୂରା ତଥ୍ୟ ଦେଇଛନ୍ତି ଅତ୍ୟାବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପକରଣ ଏବଂ ଯୋଗାଣ ଭଳି ଦାୟିତ୍ୱରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ।

ହେମନ୍ତ ଶର୍ମା କହିଛନ୍ତି କି, ବର୍ତ୍ତମାନ ରାଜ୍ୟରେ ଆଉ କୌଣସି ବିଭାଗ ନାହିଁ ଏବେ ସବୁ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଭଳି କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ମୋତେ ପୂର୍ବ ଅଭିଜ୍ଞତାକୁ ଦେଖି ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ତେଣୁ କୋଭିଡ୍-୧୯ର ଆଗଧାଡ଼ିର ଯୋଦ୍ଧାଙ୍କୁ କିଭଳି ତାଙ୍କ ସରଞ୍ଜାମ ପହଁଚାଯିବ ଏବଂ ସେସବୁ ସାମଗ୍ରୀକୁ କମ୍ ସମୟରେ ଅଧିକ ମାତ୍ରାରେ ଆଣିବା ପାଇଁ ସରକାର ମୋତେ ଏବଂ ମୋ ଟିମ୍ କୁ ସରକାର ଦାୟିତ୍ୱ ଦେଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ଆଗୁଆ ୬ ମାସର ଯୋଜନା ପ୍ରସ୍ତୁତ କରାଯାଇଛି ।

ଏପରିକି କରୋନା ଯୁଦ୍ଧରେ ବିଜୟ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପକରଣ ଏବଂ ଯୋଗାଣ କମ୍ ସମୟରେ ପହଁଚାଇବା କାର୍ଯ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା, ୧-ମେଡିସିନ୍, ୨-ଭେଣ୍ଟିଲେଟରଠୁ ଆରମ୍ଭ କରି କୋଭିଡ୍ ହସ୍ପିଟାଲର ଅତ୍ୟାବଶ୍ୟକୀୟ ସାମଗ୍ରୀ, ୩-ଟେଷ୍ଟିଂ ପାଇଁ ସମସ୍ତ ସରଞ୍ଜାମ । ଏହିଭଳି ୩ ଭାଗରେ ବିଭକ୍ତ କରି ପ୍ରତିଦିନ ଗ୍ରୁପ୍ କଲ କରାଯାଉଛି । କେଉଁଠୁ ଆସିବ ଏବଂ କେମିତି ଆସିବ ସେନେଇ ବିତରକ ମାନଙ୍କ ସହ ଆଲୋଚନା କରାଯାଉଛି ।

ସୁବଠାରୁ ବଡ଼ କଥା ହେଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଲେ କି ନମୂନା ପରୀକ୍ଷଣ ବା ଟେଷ୍ଟିଂ କୁ ଦ୍ୱିଗୁଣ କରିବା ପାଇଁ ସେବେଠୁ ତାହାକୁ ଅଧିକ ପ୍ରାଥମିକତା ଦିଆଯାଇଛି । ତେଣୁ କୋବାସ୍ ମେସିନ୍ କାର୍ଯ୍ୟକ୍ଷମ କରିବା ପରେ ହିଁ ଦିନକୁ ଓଡ଼ିଶାରେ ୨୫ଶହ ଟେଷ୍ଟିଂ କରିବାକୁ ସମ୍ଭବ ହେଉଛି । ଆଉ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe