କେମିତି ଥିଲା ଟନେଲ ଭିତରର ସ୍ଥିତି: କନକ ନ୍ୟୁଜ କାହାଣୀ ବଖାଣିଲେ ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର

1,147

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡିଆ ଶ୍ରମିକ । ସମସ୍ତେ ଭଲରେ ଥିବା ନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର । ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର । ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି । ଏକାଠି ଖାଉଥିଲେ ଏବଂ ନୂଆ ଜୀବନ ପାଇଲେ ବୋଲି ସେ କହିଛନ୍ତି ।
ସେପଟେ ଶ୍ରମମନ୍ତ୍ରୀ ସାରଦା ନାୟକ ଓଡ଼ିଆ ଶ୍ରମିକଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ସାରଦା ନାୟକ । ଗତକାଲି ଶ୍ରମିକ ମାନେ ଉଦ୍ଧାର ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ୧୭ ଦିନ ପରେ ଉତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ ।