୩୭୦ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ପାଇଲଟ ! ଜାଣନ୍ତୁ ଏହି ପାଇଲଟ କିଏ ଏବଂ କେଉଁଭଳି ଭାବେ ରକ୍ଷା କରିଛନ୍ତି ଯାତ୍ରୀଙ୍କ ଜୀବନ ।

82

ଗତ ସେପ୍ଟେମ୍ବର ୧୧ ତାରିଖରେ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୂଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରୁ ଇନ୍ଧନ ସରିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆକାଶ ମାର୍ଗରେ ଯାତ୍ରା କରୁଥିବା ବିମାନରେ ପ୍ରାୟ ୩୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଠିକ ଏହି ସମୟରେ ବିମାନରୁ ଇନ୍ଧନ ସରିଯାଈଥିବାରୁ ବିମାନ ଏକ ବଡ ଦୁର୍ଘଟଣା ଆଡକୁ ଗତି କରିଥିଲା । କିନ୍ତୁ ବିମାନରେ ଥିବା ଚାଳକଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଲୋକମାନେ ଏକ ବଡ ବିପଦରୁ ବର୍ତ୍ତିଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ୩୭୦ ଜଣଙ୍କ ପାଇଁ ଦେବଦୂତ ସାଜିଥିବା ପାଇଲଟ ଜଣକ କିଏ ?

ସୂଚନା ମୁତାବକ, ବିମାନ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଉଡାଣ ଭରିଥିଲା । ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ବିମାନ ଆକଶ ମାର୍ଗରେ ରହିଥିଲା । ବିମାନ ନ୍ୟୁୟର୍କର ଜାନ ଏଫ କେନେଡି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓଲ୍ହାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ମୌସୁମୀ ଖରାପ ଥିବା କାରଣରୁ ବିମାନ ଏୟାରପୋର୍ଟରେ ଓଲ୍ହାଇ ପାଇଁ ଅନୁମତି ମିଳିପାରିନଥିଲା । ସେପଟେ ପ୍ରାୟ ୧୫ ଘଣ୍ଟା ହେବ ବିମାନଟି ଆକାଶ ମାର୍ଗରେ ଥିଲା ଏବଂ ବିମାନରୁ ଧିରେ ଧିରେ ଇନ୍ଧନ ସରିବାରେ ଲାଗିଥିଲା । ଠିକ ଏହି ସମୟରେ ଆଉ ଏକ ବଡ ବିପଦ ସାମ୍ନାରେ ଆସି ଛିଡା ହୋଇଥିଲା । ଏୟାର ଇଣ୍ଡିଆର ବିମାନ ବୋଇଙ୍ଗ ୭୭୭-୩୦୦ର କ୍ୟାପ୍ଟେନ ରୁସ୍ତମ ପାଲିଆଙ୍କୁ ପତା ଲଗାଥିଲା କି, ବିମାନର ଏକ ସିକ୍ୟୁରିଟି ସିଷ୍ଟମ୍ ଫେମ ହୋଇଯାଇଥିଲା । ବିମାନ ଲ୍ୟାଣ୍ଡ ହେବା ସମୟରେ ଅନ୍ୟ ଏକ ବିମାନ ସହ ଦୁର୍ଘଟଣା ହେବାର ସମ୍ଭାବନା ଥିଲା । କେବଳ ସେତିକି ନୁହେଁ ବିମାନର ଅଟୋ ପାଇଲଟ୍, ଅଟୋ ଲ୍ୟାଣ୍ଡ, ଅଟୋ ସ୍ପିଡ ବ୍ରେକ ଏବଂ ଆକ୍ସିଲରୀ ପାୱାର ବି କାମ କରିବା ବନ୍ଦ କରିଦେଇଥିଲା ।

ବିମାନରେ ଇନ୍ଧର ସରିବା ସହିତ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିବା ବେଳେ ବିମାନକୁ ଲ୍ୟାଣ୍ଡ କରିବା ସମ୍ଭବ ହୋଇପାରିନଥିଲା । କାରଣ ବିମାନକୁ ଯେତେବେଳେ ଲ୍ୟାଣ୍ଟ କରିବାକୁ ଚେଷ୍ଟା କରାଯାଉଥିଲା ସେତେବେଳେ ବିମାନର ଲ୍ୟାଣ୍ଡିଗ ସିଷ୍ଟମ ବନ୍ଦ ହୋଇଯାଉଥିଲା । ଲୋକମାନେ ଭୟବିତ ଅବସ୍ଥାରେ ଥିଲେ । କିଏ ଭଗବାନଙ୍କ ପାଖରେ ପ୍ରାଥନା କରୁଥାଏ ତ ଆଉକିଏ ଭୟରେ କାନ୍ଦିବାରେ ଲାଗିଥିଲେ । ଏତେ ସବୁ ଅସୁବିଧା ଥିବା ସତ୍ୱେ ବି ପାଇଲଟ ରୁସ୍ତମ ପାଲିଆ ଲୋକମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବଞ୍ଚାଇନେବେ ବୋଲି ଆଶ୍ୱାସନା ଦେଉଥିଲେ । ଏବଂ ବାସ୍ତବିକ ଏତେ ସବୁ ଅସୁବିଧା ଥିବା ସତ୍ୱେ ବି ପାଇଲଟ ରୁସ୍ତମ ପାଲିଆ ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ନ୍ୟୁୟର୍କର ଏକ ବିକଳ୍ପ ବିମାନ ବନ୍ଦରରେ ବିମାନକୁ ଲ୍ୟାଣ୍ଡ କରିବାରେ ସକ୍ଷମ ହୋଇଥିଲେ ଏବଂ ୩୭୦ ଜଣଙ୍କ ଜୀବନ ରକ୍ଷା କରିଥିଲେ । ପାଇଲଟ ରୁସ୍ତମ ପାଲିଆ ଏୟାର ଇଣ୍ଡିଆରେ ଜଣେ ସିନିୟର ପାଇଲଟ ଅଛନ୍ତି । ରୁସ୍ତମ ପ୍ରାୟ ୨୧ ବର୍ଷ ହେବ ଏୟାର ଇଣ୍ଡିଆରେ କାମ କରିଆସୁଛନ୍ତି । ତେବେ ତାଙ୍କର ଏହି ଅଭିଜ୍ଞତା ଏବଂ ଦୃଢ ମନବଳ ପାଇଁ ଆଜି ସେ ୩୭୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ସାରା ଭାରତରେ ହିରୋ ପାଲଟିଛନ୍ତି ।