ଶୀତଦିନେ କିପରି ଧୋଇବେ ମୁହଁ ? ତ୍ୱଚାରୁ ଦୂର ହେବ ରୁକ୍ଷତା, ଜାଣନ୍ତୁ କିଛି ଟିପ୍ସ

71

ଶୀତଦିନେ ପାଣିକୁ ଦେଖିଲେ ଅନେକ ଲୋକଙ୍କ ମନରେ ଅଜଣା ଭୟ ଦେଖା ଦେଇଥାଏ । ଲାଗେ ପାଣି ଯେମିତି ଏମାନଙ୍କର ଚିରଶତ୍ରୁ । ଏଥିପାଇଁ ଶୀତଦିନେ ଅଧିକାଂଶ ଲୋକ ଠିକରେ ଗାଧୋଇ ନଥାନ୍ତି । ଫଳରେ ତ୍ୱଚା ରୁକ୍ଷ ଦେଖାଯାଇଥାଏ । ଶରୀର ଶୁଷ୍କ ଦେଖାଯିବା ସହ ମୁହଁରେ ଶୁଷ୍କତା ଦେଖାଯାଇଥାଏ । ତେଣୁ ଅଧିକାଂଶ ଲୋକ ବାରମ୍ବାର ମୁହଁ ଧୋଇଥାନ୍ତି । ତେବେ ଶୀତ ଦିନରେ କିପରି ତ୍ୱଚାର ସୁନ୍ଦରତାକୁ ବଜାୟ ରଖିବେ ସେ ନେଇ କିଛି ସରଳ ଟିପ୍ସ ଆପଣାନ୍ତୁ । ଯାହାଫଳରେ ମୁହଁରୁ ରୁକ୍ଷପଣ ଦୂର ହେବା ସହ ତ୍ୱଚାରେ ଗ୍ଲୋ ଆସିବ ।

• ତ୍ୱଚା ତେଲିଆ ହୋଇଥିଲେ ଉଷୁମ ଜଳରେ ମୁହଁ ଧୁଅନ୍ତୁ । ମୁହଁରେ ଲାଗିଥିବା ଧୂଳି ମଳି ବେଶ ଆରାମରେ ଛାଡିଯିବ ।
• ଶୁଷ୍କ କିମ୍ବା ସାଧାରଣ ତ୍ୱଚା ପାଇଁ ଥଣ୍ଡା ଜଳ ଭଲ । ମୁହଁ ଧୋଇସାରିବା ପରେ ଖଣ୍ଡେ ସୂତା ଲୁଗାକୁ ଜଳରେ ବୁଡାଇ ମୁହଁରେ ଥାପିଦିଅନ୍ତୁ, ଦେଖିବେ ଆପଣଙ୍କୁ ଆରାମ ଲାଗିବ ।
• ଶୀତ ଋତୁରେ ଫେସ୍ ୱାସ ବ୍ୟବହାର କରୁଥିଲେ, ତାହା ପାରାବେନମୁକ୍ତ ହୋଇଥିବା ଦରକାର । ଏହା ତ୍ୱଚାକୁ ନରମ ରଖେ । ରୁକ୍ଷ ହେବାକୁ ଦିଏ ନାହିଁ ।
• ରୁମାଲ କିମ୍ବା ଶୁଖିଲା କପଡାରେ ତ୍ୱଚା ଘଷି ସଫା କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚା ରୁକ୍ଷ ଦେଖାଯାଏ । ସେଥିପାଇଁ କଞ୍ଚା ହଳଦୀ ବାଟି ଲଗାନ୍ତୁ । ଗ୍ଲିସେରିନ୍, ଘିକୁଆଁରୀଯୁକ୍ତ ସାବୁନରେ ମୁହଁ ଧୋଇବା ଭଲ । ଏହାଦ୍ୱାରା ତ୍ୱଚା ରୁକ୍ଷ ହୋଇନଥାଏ ।
• ମହୁ, ଚିନି, ଓ କ୍ଷୀରରେ ହୋଇଥିବା ପ୍ରସ୍ତୁତ ମିଶ୍ରଣକୁ ମୁହଁରେ ଲଗାଇ ଦଶମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ତାହା ପରେ ତ୍ୱଚାକୁ ଧୁଅନ୍ତୁ । କିଛିଦିନ ଏ ପରି କରିବା ଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବଢେ ।