ଟୁଥପେଷ୍ଟ ଲଗାଇବା ପୂର୍ବରୁ ବ୍ରସକୁ ଓଦା କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଉଚିତ ବ୍ୟବହାର ।

44

ସକାଳୁ ଉଠିବା ପରେ ଆମର ପ୍ରଥମ କାମ ହୋଇଥାଏ ବ୍ରସ କରିବା । ସକାଳୁ ଉଠି ଦାନ୍ତକୁ ବ୍ରସ କରିବା ଏକ ଭଲ ଅଭ୍ୟାସ । ଦାନ୍ତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇଥର ଦାନ୍ତ ଘସିବା ଆବଶ୍ୟକ ପଡିଥାଏ । ଏଥି ମଧ୍ୟରେ ପ୍ରାୟ ଲୋକ ଦାନ୍ତ ଘସିବା ପୂର୍ବରୁ ବ୍ରସକୁ ପ୍ରଥମେ ଧୋଇଥାନ୍ତି ଏବଂ ପରେ ଟୁଥପେଷ୍ଟ ଲଗାଇଥାନ୍ତି । ଠିକ ସେହିଭଳି ଅନ୍ୟ କେତେକ ଲୋକ ପ୍ରଥମେ ବ୍ରସରେ ଟୁଥପେଷ୍ଟ ଲଗାଇବା ପରେ ବ୍ରସକୁ ପାଣିରେ ଧୋଇଥାନ୍ତି । କିନ୍ତୁ ଏବେ ବ୍ରସରେ ପେଷ୍ଟ ଲଗାଇବାକୁ ନେଇ ଇଣ୍ଟରନେଟରେ ବିବାଦ ଦେଖାଦେଇଛି । ଏହି ଦୁଇ ପକ୍ଷରେ ଲୋକ ନିଜ ନିଜର ରାୟ ପ୍ରଦାନ କରୁଛନ୍ତି । କିନ୍ତୁ ବାସ୍ତବତା କଣ ସେକଥା କେବଳ ଏକ୍ସପର୍ଟ ଦନ୍ତ ଚିକିତ୍ସ୍ୟକହିଁ କହିପାରିବେ । ଏକ୍ସପର୍ଟ ହିଁ କେବଳ କହିପାରିବେ ବ୍ରସକୁ ପ୍ରଥମେ ଓଦା କରି ଟୁଥପେଷ୍ଟ ଲଗାଇବା ଉଚିତ ନା ବ୍ରସରେ ପେଷ୍ଟ ଲଗାଇ ମୋବାଇଲ ଓଦା କରିବା ଉଚିତ ।

ଡେଣ୍ଟିଷ୍ଟ ଲ୍ୟୁକ ଥୋର୍ଲେଙ୍କ କହିବା ଅନୁସାରେ, ଟୁଥବ୍ରସକୁ ପ୍ରଥମେ ଓଦା କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ଟୁଥପେଷ୍ଟର ପ୍ରଭାବ କମିଯାଇଥାଏ । ଠିକ୍ ସେହିଭଳି ଏହି ସଂବନ୍ଧରେ ଡେଣ୍ଟିଷ୍ଟ ଡ. ରାହା ସେପେହର କହିଛନ୍ତି, ଦାନ୍ତ ଘସିବା ପୂର୍ବରୁ ଆପଣ ବ୍ରସକୁ ହାଲକା ଓଦା କରିପାରିବେ । କାରଣ ଅଧିକ ଓଦା କରିବା ଦ୍ୱାରା ଟୁଥପେଷ୍ଟର ପ୍ରଭାବ କମିବା ସହ ପେଷ୍ଟ ଅତ୍ୟଧିକ ପତଳା ହୋଇ ଆମ ଦାନ୍ତ ମଧ୍ୟକୁ ଚାଲିଯାଇଥାଏ ଯାହା ଆମ ଦାନ୍ତ ପ୍ରତି ହାନିକାରକ ହୋଇଥାଏ । ତେଣୁ ବ୍ରସକୁ ହାଲକା ଓଦା କରି ଦାନ୍ତ ଘସି ପାରିବେ । ସେ ଏହା ମଧ୍ୟ କହିଛନ୍ତି, ଯଦି ଆପଣ ଟୁଥବ୍ରସରେ ଜୀବାଣୁ ଲାଗିଥିବା କଥା ଭାବି ପ୍ରଥମେ ବ୍ରସକୁ ପାଣିରେ ଧୋଉଛନ୍ତି ତେବେ ବ୍ରସକୁ ଏକ ସେକେଣ୍ଡରୁ ଅଧିକ ସମୟ ପାଣିରେ ଓଦା କରନ୍ତୁ ନାହିଁ । କାରଣ ଅଧିକ ସମୟ ଓଦା କରିବା ଦ୍ୱାରା ଟୁଥପେଷ୍ଟ ପତଳା ହୋଇଯାଏ ଏବଂ ତାର ପ୍ରଭାବ କମିଯାଇଥାଏ । ତେଣୁ ଏହା ଭଲ ହେବ ଟୁଥବ୍ରସକୁ ବାହ୍ୟ ଜୀବାଣୁଙ୍କ ଠାରୁ ରକ୍ଷା କରିବା ପାଇଁ ଟୁଥବ୍ରସ କଭର ବ୍ୟବହାର କରି ଜୀବାଣୁକୁ ଦୁରରେ ରଖିପାରିବେ ।