କେମିତି ବଢିବ ଅକ୍ସିଜେନ ମାତ୍ରା ? ଅକ୍ସିମିଟରର ସଠିକ ବ୍ୟବହାର ସହ ଅକ୍ସିଜେନ ବଢାଇବାର ସୂତ୍ର କହିଲେ ବରିଷ୍ଠ ଡାକ୍ତର ।

329

ନକ ବ୍ୟୁରୋ: ରାଜ୍ୟରେ ରୋଗୀଙ୍କ ପାଇଁ କେତେ ଦରକାର ଅକ୍ସିଜେନ ? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଅକ୍ସିଜେନର ଅଭାବ ଭିତରେ ଏହାର ଆବଶ୍ୟକତା କଥା କହିଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କ ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ବ୍ୟସ୍ତ ହୋଇ ହସ୍ପିଟାଲ ଦୌଡନ୍ତୁନି ମାତ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଘରେ ରହି କିଛି ବ୍ୟାୟାମ କରିବା ଦ୍ୱାରା ବି ଅକ୍ସିଜେନକ ମାତ୍ରା ପୁଣି ବଢାଇ ତହେବ । ତଳକୁ ମୁହଁ ମାଡି ଶୋଇବା ଦ୍ୱାରା ଅର୍ଥାତ ପେଟମାଡି ଶୋଇଲେ ଅକ୍ସିଜେନର ମାତ୍ରା ବଢିଥାଏ ।

ସେପଟେ ଅକ୍ସିଜେନ ମାପିବା ପାଇଁ ଅକ୍ସିମିଟର ବି ସଠିକ ଭାବେ ଲଗାଇବା ଦରକାର ବୋଲି କହିଛନ୍ତି ଡାକ୍ତର । ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଉଚିତ । ଡାହାଣ ହାତ ମଝି ଆଙ୍ଗୁଠି କିମ୍ବା ବୁଢା ଆଙ୍ଗୁଠିରେ ଲଗାନ୍ତୁ । ତା ସହ ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ ଭାବେ ରହିବା ଜରୁରୀ । ଏହାଛଡା ଘରେ ରହି ଅନୁଲୋମ ବିଲୋମ, ଜୋରରେ ନିଶ୍ୱାସ ନେଇ ଛାଡିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ କୋଭିଡ୍ ହେବା ଆଗରୁ ଲୋକମାନେ ଏସବୁ ଅଭ୍ୟାସ କଲେ କୋଭିଡ ସମୟରେ ଭାଇରସ ସହ ଫାଇଟ୍ କରିବାକୁ ଶକ୍ତି ମିଳିଥାଏ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ।