ଆପଣ ବି ଆପଣଙ୍କ କନଫର୍ମ ରେଳ ଟିକେଟ ଅନ୍ୟକୁ ଟ୍ରାନ୍ସଫର କରିପାରିବେ । ଜାଣନ୍ତୁ କ’ଣ ରହିଛି ଇଣ୍ଡିଆନ ରେଲୱେର ନିୟମ ?

202

କନକ ବ୍ୟୁରୋ : ଗମନା ଗମନର ସମୟରେ ବିଭିନ୍ନ ଅତ୍ୟାବଶକୀୟ ସୁବିଧା ମିଳୁଥିବାରୁ ଯାତ୍ରୀମାନେ ବସ୍ ଠାରୁ ରେଳ ଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ କନଫର୍ମ ରେଳ ଟିକେଟ ପାଇବାକୁ ହେଲେ ଆପଣଙ୍କୁ କିଛିଦିନ ଆଗରୁ ଟିକେଟ ବୁକିଂ କରିବାକୁ ପଡିଥାଏ । ହେଲେ ଅନେକ ଥର ଏମିତି କିଛି ଅସୁବିଧା ଆସେ ଯେ ଯାହା ନାମରେ ଟିକେଟ ବୁକିଂ ହୋଇଥିଲା ତାଙ୍କ ବଦଳରେ ତାଙ୍କ ପରିବାରର ଅନ୍ୟ କାହାକୁ ଯାତ୍ରା କରିବାକୁ ପଡିଥାଏ । କେମିତ ଆପଣଙ୍କ ଟିକେଟରେ ଆପଣଙ୍କ ପରିଜନ ଯାତ୍ରା କରିପାରିବେ ?

ଯଦି କୌଣସି କାରଣରୁ ଆପଣ ଟିକେଟ ବୁକିଂ କରି ଯାତ୍ରା କରିପାରୁ ନାହାନ୍ତି ତେବେ ଆପଣଙ୍କ ଟିକେଟ ବି ଆପଣ ପରିଜନଙ୍କ ନାମକୁ ଟ୍ରାନ୍ସଫର କରିପାରିବେ । ଏହା ବି ଯାତ୍ରା କରିବାର ମାତ୍ର ୨୪ ଘଂଟା ପୂର୍ବରୁ ସମ୍ଭବ । ଏଥିପାଇଁ ଆପଣ ରେଲୱେ ବୁକିଂ କାର୍ଯ୍ୟାଳୟକୁ ଯାଇ ରେଳ ଟିକେଟର କପି ସହ ପରିଜନଙ୍କ ଆଧାର କାର୍ଡ, ସଂପର୍କ ସମ୍ବନ୍ଧୀୟ କାଗଜପତ୍ର ଦେଇ ତାଙ୍କ ନାମକୁ ଟ୍ରାନ୍ସଫର କରିପାରିବେ ।

ରେଳ ମନ୍ତ୍ରଣାଳୟ ୧୯୯୦ ନିୟମ ଆଧାରରେ ୨୦୦୬ ଜୁନ୍ ୩ ତାରିଖ ଜାରୀ କରାଯାଇଥିôବା ସର୍କୁଲାର ମାଧ୍ୟମରେ ଟ୍ରେନରେ ଯାତ୍ରାକରିବାକୁ କନଫର୍ମ ଟିକେଟ କରାଇଥିବା କୌଣସି ବି ବ୍ୟକ୍ତି ଯାତ୍ରା କରିବାର ୨୪ ଘଂଟା ପୂର୍ବରୁ ଏହି ଟିକେଟକୁ ତାଙ୍କର କୌଣସି ପରିଜନଙ୍କ ନାମକୁ ଟ୍ରାନ୍ସଫର କରିପାରିବେ । ମାତ୍ର ରେଳ ବିଭାଗ କିଛି ଲୋକଙ୍କୁ ରିହାତିରେ ଟିକେଟ ପ୍ରଦାନ କରିଥାଏ । ଯେଭଳି ବରିଷ୍ଠ ନାଗରିକ , କ୍ୟାନସର ରୋଗୀ , ଦିବ୍ୟାଙ୍ଗ, ସାମ୍ବାଦିକ । ଏଭଳି କ୍ଷେତ୍ରରେ କନଫର୍ମ କରାଯାଇଥିବା ଟିକେଟ ଅନ୍ୟ କାହାରି ନାମକୁ ଟ୍ରାନ୍ସଫର କରାଯାଇ ପାରିବ ନାହିଁ ।