କରୋନା ମହାମାରୀ ଠାରୁ କେମିତି ରଖିବେ ଆପଣଙ୍କ ପିଲାକୁ ସୁରକ୍ଷିତ । ଜାଣନ୍ତୁ ପ୍ରତିଟି ପ୍ରଶ୍ନର ଉତର

175

କନକ ବ୍ୟୁରୋ : କରୋନା ସଂକ୍ରମଣ ମାମଲା ବଢୁଥିବା ବେଳେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କରୋନା ସଂକ୍ରମଣ ଓ ଚିକିତ୍ସା ନେଇ ସ୍ୱତନ୍ତ୍ର ନୀତି ଜାରି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଛୋଟ ପିଲାମାନଙ୍କ ଠାରେ ସଂକ୍ରମଣ ପୂର୍ବରୁ କମ ଲକ୍ଷଣ ପରିଲକ୍ଷିତ ହେଉଛି । ଏନେଇ ପିତା ମାତାଙ୍କ ଠାରେ ଭୟ ଦେଖାଦେବା ସହିତ ସେମାନେ ସେମାନଙ୍କ ପିଲାଙ୍କୁ ସଂକ୍ରମଣ ଠାରୁ କିଭଳି ଦୂରେଇ ରଖିବେ ଓ ସଂକ୍ରମିତ ହେଲେ କିଭଳି ଚିକିତ୍ସା କରିବେ ସେ ନେଇ ଅନେକ ପ୍ରଶ୍ନ ଉଠୁଛି ।

କହିରଖୁ କି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରଥମ ଲହର ଠାରୁ ଅଧିକ ଶିଶୁ ଓ ପିଲା ସଂକ୍ରମିତ ହେଉଛନ୍ତି । ହେଲେ କେମିତି ରଖିବେ ଆପଣଙ୍କ ପିଲାଙ୍କୁ ସୁରକ୍ଷିତ ?

  • ଦୈନିକ ପିଲା ମାନଙ୍କର ଅମ୍ଳଜାନ ସ୍ତର ଚେକ୍ କରନ୍ତୁ । ଯଦି ଅମ୍ଳଯାନ ସ୍ତର ୯୦ ଉପରେ ରହୁଛି ତାହା ସାଧାରଣ ବୋଲି ଜାଣନ୍ତୁ । ଅନ୍ୟପଟେ ୨ ମାସରୁ କମ ଦିନର ଶିଶୁ ହୃଦସ୍ପନ୍ଦନ ପ୍ରତି ମିନିଟରେ ୬୦ ଥରରୁ ଯଦି କମ ରହୁଛି ତାହେଲେ ଏହା ବିପଦ ସଂକେତ । ଅନ୍ୟପଟେ ୨ ମାସରୁ ୧ ବର୍ଷର ପିଲାର ପ୍ରତି ମିନିଟରେ ସ୍ପନ୍ଦନ ୫୦ ଥର, ୫ ବର୍ଷରୁ ଅଧିକ ବୟସର ପିଲାଙ୍କର ୪୦ ଥର ସ୍ପନ୍ଦନ ହେଉଥିଲେ ସାଧାରଣ ବୋଲି ଭାବନ୍ତୁ ।
  • ଯଦି ପିଲାକୁ ଜ୍ୱର ଆସୁଛି ତ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଡାକ୍ତର ଓଜନ ଓ ବୟସ ମୁତାବକ ପ୍ରତି ୪/୬ ଘଂଟା ମଧ୍ୟରେ ପାରାସିଟାମଲ ଦେଇ ପାରନ୍ତି । ଯଦି ପିଲାର ଗଳାରେ କିଛି ଅସୁବିଧା ଅନୁଭବ କରୁଛି ତେବେ ଗାର୍ଗଲିଂ କରାଇବାକୁ ପଛାନ୍ତୁ ନାହିଁ ।
  • ଯଦି ଆପଣଙ୍କ ପିଲାଠାରେ କରୋନାର ସାମାନ୍ୟ ଲକ୍ଷଣ ବି ଦେଖାଯାଉଛି ତେବେ ପ୍ରଥମେ ପିଲାର ଶରୀରରୁ ଯେଭଳି ଜଳୀୟ ଅଂଶ କମି ନଯାଏ ତା ପ୍ରତି ଧ୍ୟାନ ଦିଅନ୍ତୁ । ଏହାସହ ଲକ୍ଷଣ ହାଲକା ଥିଲେ ପିଲାକୁ ଏଣ୍ଟିବାୟୋଟିକ୍ ଦେବାର ଆବଶ୍ୟକ ନାହିଁ । ଯେମିତି କି ହାଇଡ୍ରୋକ୍ସିକ୍ଲୋରୁକୁଇନ, ରେମଡେସିଭିର ଓ ଡେକ୍ସାମେଥାସନ ଭଳି ଔଷଧ ଦିଅନ୍ତୁ ନାହିଁ ।
  • ମଧ୍ୟମ ଲକ୍ଷଣ ଥିଲେ ଡେରି ନ କରି ପିଲାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରନ୍ତୁ । ଏହି ସମୟରେ ପିଲାର ଶରୀରରେ ଅକ୍ସିଜେନର ସ୍ତରକୁ ବାରମ୍ବାର ମାପନ୍ତୁ । ମୁଖ୍ୟତ ପିଲାର ଶରୀରରେ ଯେଭଳି ପାଣିର ଅଭାବ ନରହିବ ସେ ପ୍ରତି ଦୃଷ୍ଟି ଦିଅନ୍ତୁ ।
  • ମନେରଖନ୍ତୁ ଯଦି ପିଲାର ଶରୀରରେ ଅକ୍ସିଜେନ ସ୍ତର ୯୦ ପ୍ରତିଶତରୁ କମ ତେବେ ଭାବି ନିଅନ୍ତୁ ଯେ ପିଲା ଗମ୍ଭୀର ଭାବେ ସଂକ୍ରମିତ । ଏହି ସମୟରେ ପିଲାର ଓଠ ନାଲି ପଡିଯିବ, ପିଲା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବ ।