ଅତ୍ୟଧିକ ଥଣ୍ଡା ଯୋଗୁଁ ବଢିଯାଏ ହୃଦଘାତ ସମସ୍ୟା ! କିଭଳି ଏହି ସମସ୍ୟାକୁ ମୁକାବିଲା କରିବେ ଜାଣିରଖନ୍ତୁ ।

ଅତ୍ୟଧିକ ଥଣ୍ଡା ଯୋଗୁଁ ବଢିଯାଏ ହୃଦଘାତ ସମସ୍ୟା ! କିଭଳି ଏହି ସମସ୍ୟାକୁ ମୁକାବିଲା କରିବେ ଜାଣିରଖନ୍ତୁ ।

image courtesy-Daily Express

ଥଣ୍ଡା ଦିନେ କେତେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହାର ସବୁଠୁ ଖରାପ ପ୍ରଭାବ ଆମର ହୃଦପିଣ୍ଡରେ ପଡ଼ିଥାଏ। କାର୍ଡିଓଲୋଜିଷ୍ଟ୍ ବିଭାଗର ଡାକ୍ତରଙ୍କ କହିବା ଅନୁସାରେ ଥଣ୍ଡା ଦିନେ ହୃଦଘାତ ହେବାର ଆଶଙ୍କା ୫୩ ପ୍ରତିଶତ ବଢ଼ିଯାଏ। ଥଣ୍ଡା କାରଣରୁ ହୃଦପିଣ୍ଡର କୋଷଗୁଡ଼ିକ ଶୁଖିଯାଏ। ଏହି କାରଣରୁ ହୃଦପିଣ୍ଡ ଯାଏଁ ରକ୍ତ ଓ ଅମ୍ଳଜାନ ଠିକ୍ ପରିମାଣରେ ପହଞ୍ଚିପାରେ ନାହିଁ। ଏହା ଦ୍ୱାରା ବ୍ଲଡ୍ପ୍ରେସର୍ ବଢ଼ିଯାଏ ଯାହା ହୃଦଘାତର କାରଣ ହୋଇପାରେ। ଯଦି କିଛି ସାବଧାନତା ଅବଲମ୍ବନ କରିବେ ତା’ହେଲେ ଥଣ୍ଡା ଦିନେ ହୃଦଘାତ ସମସ୍ୟାରୁ ବଞ୍ଚି ପାରିବେ।

publive-image

1. ଥଣ୍ଡାରୁ ବଞ୍ଚିବା ପାଇଁ ଯେତେ ଅଧିକ ହୋଇପାରିବ ଗରମ କପଡ଼ା ପିନ୍ଧନ୍ତୁ। ବାହାରକୁ ଗଲା ସମୟରେ ମୁଣ୍ଡରେ ସ୍କାର୍ଫ୍ କିମ୍ବା ଗରମ ମଫଲର୍ ଦ୍ୱାରା ଢାଙ୍କିି ରଖନ୍ତୁ।

2. ଘର ଭିତର ତାପମାତ୍ରାକୁ କମ୍ କରନ୍ତୁ ନାହିଁ। କୋଠରିରେ ହିଟର୍ ବ୍ୟବହାର କରନ୍ତୁ କିମ୍ବା ଥଣ୍ଡା ପବନ ଭିତରୁ ଛାଡ଼ନ୍ତୁ ନାହିଁ।

3. ଥଣ୍ଡା ଦିନେ ସର୍ବଦା ଗରମ ଖାଦ୍ୟ ଖାଆନ୍ତୁ ଓ ଉଷୁମ ପାଣି ପିଅନ୍ତୁ।

4. ଥଣ୍ଡା ଲାଗିଲେ ମଦ, ସିଗାରେଟ୍ କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ନିଶା ଦ୍ୱାର ସମ୍ପୂର୍ଣ୍ଣ ଶରୀରରେ ସଙ୍କୁଚିତ ହୋଇପାରେ।

5. ଆପଣଙ୍କ ଠାରେ ଯଦି ହୃଦଜନିତ ସମସ୍ୟା ଦେଖାଦେଉଛି ତା’ହେଲେ ଡାକ୍ତରଙ୍କ ସହ ତୁରନ୍ତ ସାକ୍ଷାତ୍ କରନ୍ତୁ। ଡେରି କରିବା ଠିକ୍ ନୁହେଁ।

6 . ପ୍ରତିଦିନ ସକାଳେ ୧୫-୨୦ ମିନିଟ୍ ଖରାରେ ବସନ୍ତୁ। ଏହାଦ୍ୱାରା ଶରୀର ଗରମ ହେବ ଓ କୋଲେଷ୍ଟେରଲ୍ କମିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe