କନକ ବ୍ୟୁରୋ : ଆଖି ଆଗରେ ବଡ ପ୍ରଶ୍ନ । କେମିତି ପରିବାରରେ ହେବ ପ୍ରତିପୋଷଣ ? କେମିତି କରିବେ ରୋଜଗାର? ଗଂଜାମ ମାଣିଧରାର ବୁଲୁ ରଣାଙ୍କ ଆଖିରେ ଆଖିଏ ପ୍ରଶ୍ନ । ଦୀର୍ଘବର୍ଷ ଧରି ସୁରଟର ସୂତାକଳରେ କାମ କରୁଥିଲେ ବୁଲୁ । ମାସିକ ପ୍ରାୟ ଟଙ୍କା ୧୨ ହଜାର ରୋଜଗାର ହୋଇଯାଉଥିଲା । ପରିବାର ସହ ସେଠାରେ ରହିବା ସହ ଦୁଃଖସୁଖରେ କାଟୁଥିଲେ ଦିନ । କିନ୍ତୁ କରୋନା କାଳରେ ବହୁ କଷ୍ଟରେ ଗାଁକୁ ଫେରିଲେ । ହାତରୁ ରୋଜଗାର ଚାଲିଗଲା, ଗାଁରେ ମାସ ପରେ ମାସ ବିତୁଛି ହେଲେ ପେଟପାଟଣା ଚିନ୍ତା ସବୁ ବେଳେ ଘାରିଛି । ଗାଁ ମାଟିରେ ମିଳୁନି ରୋଜଗାର । ଏବେ ଚିନ୍ତା କେମିତି ଫେରିବେ ସୁରଟ? ଗୁଜରାଟ ପାଇଁ ଆରମ୍ଭ ହୋଇଛି ରେଳ । ହେଲେ ଟ୍ରେନ ଟିକେଟ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି ବୁଲୁ । ଅପେକ୍ଷା ଆର ମାସକୁ ।
ପ୍ରବାସୀ ଓଡିଆ ନିଜ ଗାଁକୁ ଫେରିବା ବେଳେ ଏକାଧିକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେହିପରି ଏବେ ପୁଣି ଥରେ ସୁରଟ ଯିବା ବାଟରେ ବି ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ।
ମେ ୩ ଓ ମେ ୪ – ସୁରଟରୁ ଫେରୁଥିବା ୩ଟି ବସ୍ ଦୁର୍ଘଟଣା ଗ୍ରସ୍ତ
ମେ ୧୪ - ପ୍ରବାସୀଙ୍କୁ ନେଇ ବୌଦ୍ଧରୁ ଅନୁଗୁଳ ଯାଉଥିବା ମିନିବସ ଦୁର୍ଘଟଣା ଗସ୍ତ
ମେ ୨୧ – ଜଳେଶ୍ୱର ନିକଟରେ ପ୍ରବାସୀ ଶ୍ରମିକ ନେଇଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ
ସେପ୍ଟେମ୍ବର ୪ – ରାୟପୁର ନିକଟରେ ସୁରଟ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ
ସେପ୍ଟେମ୍ବର ୧୦ – ରାୟଗଡା ଗୁମା ଘାଟିରେ ତାମିଲନାଡୁ ଯାଉଥିବା ବସ୍ ଦୁର୍ଘଟଣା
ଶ୍ରମିକଙ୍କ ନେଇ ଯାଉଥିବା ଏକାଧିକ ବସ ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ଏହା ବୁଲୁ ରଣାଙ୍କ ମନରେ ଭୟ ଆଣିଛି । ଟ୍ରେନରେ ଟିକେଟ ମିଳୁ ନଥିବା ବେଳେ ବସରେ ଯିବାକୁ ସାହସ କରି ପାରୁ ନାହାନ୍ତି ବୁଲୁ ।
ଧାର ଉଧାର କରି ପରିବାର ଚଳାଉଥିବା ବୁଲୁ ରଣା ଏବେ ପୁଣି ଥରେ ସୁରଟ ମୁହାଁ । ଜୀବନ ସଂଘର୍ଷ ଏବେ ଅନିଶ୍ଚିତ ବାଟରେ ଚାଲିଥିବା ବେଳେ ବଂଚିବା ପାଇଁ ଯୋଗାଡ କରୁଛି ସାହସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-12-22h08m59s146.png)