କନକ ବ୍ୟୁରୋ: ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତିି ବିଶେଷଜ୍ଞ ।
ଦେଶୀ ଟିକା କୋଭାକ୍ସିନର ବର୍ତମାନ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି । ଏପଟେ ଭାରତର ଡ୍ରଗ ରେଗୁଲେଟରେ ଅନୁମତି ଦେବା ପରେ ଦେଶର ମୁଖ୍ୟ ସହରମାନଙ୍କରେ କୋଭାକ୍ସିନ ଟିକା ଦିଆଯାଉଛି । ଓଡିଶାରେ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନଥିବାରୁ ବିଶେଷଜ୍ଞଙ୍କ କହିବାଅନୁସାରେ ଟିକା ନେଇଥିବା ବ୍ୟକ୍ତି ସହବାସ ସମୟରେ ସତର୍କ ରୁହନ୍ତୁ । ଅନ୍ତତଃ ୩ ମାସ ଯାଏଁ କଂଟ୍ରାସେପଟିଭ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।
କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଡାକ୍ତର ଭେଙ୍କଟ ରାଓ କହିଛନ୍ତି, ଟିକା ନେବା ପରେ, ଗର୍ଭଧାରଣାରେ ଏହାର କଣ ପ୍ରଭାବ ପଡିବ ତାହା ସଠିକ ଭାବେ ଏ ଯାଏଁ ଜଣାପଡିନାହିଁ । ତେଣୁ ୩ ମାସ ଯାଏଁ ଗର୍ଭନିରୋଧକ ବ୍ୟବହାର ଉପରେ ବିଶେଷଜ୍ଞମାନେ ଜୋର ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/1-33.jpg)