ଋତୁସ୍ରାବ ସମୟରେ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବେ ଛାତ୍ରୀ । ପିଲାଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ

247

କନକ ବ୍ୟୁରୋ: ରୁତୁସ୍ରାବ ସମୟରେ କୋମଳମତି ଛାତ୍ରୀମାନେ ବିଦ୍ୟାଳୟରେ କେମିତି ସାନିଟାରି ପ୍ୟାଡ ବ୍ୟବହାର କରିବେ । କେମିତି ଏହାକୁ ନଷ୍ଟ କରିବା ସହ ନିଜକୁ ସ୍ୱଚ୍ଛ ରଖିବେ, ସେନେଇ ଛାତ୍ରୀଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ । ବିଦ୍ୟାଳୟ ଓ ଛାତ୍ରୀନିବାସରେ ସାନିଟାରି ପ୍ୟାଡ ଉପଲବ୍ଧ ହେବା ସହ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ୍ ସାଙ୍ଗକୁ ବ୍ୟବହୃତ ପ୍ୟାଡକୁ ନଷ୍ଟ କରିବା ପାଇଁ ମେସିନ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏହାକୁ କେମିତି ବ୍ୟବହାର କରିବେ ଏବଂ କେମିତି ନିଜକୁ ସୁସ୍ଥ ଏବଂ ସ୍ୱଚ୍ଛ ରଖିବେ, ଏଥିପାଇଁ ବିଦ୍ୟାଳୟକୁ ବିଦ୍ୟାଳୟ ବୁଲି ଛାତ୍ରୀଙ୍କୁ ସଚେତନ କରୁଛନ୍ତି ଆସିଷ୍ଟାଂଟ ପ୍ରଫେସର ସିଲି ରାଉତ । ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ସାନିଟରି ପ୍ୟାଡ ବ୍ୟବହାରକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।