ହେଲ୍ଥ ଟିପ୍ସ : କେମିତି ହେବ ଭଲ ନିଦ ?

549

କନକ ବ୍ୟୁରୋ : ଆଜିର ବ୍ୟସ୍ତବହୁଳ ଓ ଇଣ୍ଟରନେଟ୍ ଯୁଗରେ ଭଲ ନିଦ ହେବା ଓ ଶାନ୍ତିର ଶୋଇବା ମଧ୍ୟ ଏକ ସମସ୍ୟା ପାଲଟିଗଲାଣି । ହେଲେ କ’ଣ କଲେ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଭଲ ନିଦ ହେବ, ସେଥିପ୍ରତି ଧ୍ୟାନ ଦେବା ଦରକାର । ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ, ବିଳମ୍ବିତ ରାତି ଯାଏଁ ଚେଇଁ ନରହିବା ଏବଂ ଅନ୍ୟ କିଛି ବିଷୟ ପ୍ରତି ଦୃଷ୍ଟି ଦେଲେ ଭଲ ନିଦ ହେବ ।

• ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡ଼ିବ
• ୧୦ରୁ ୧୧ଟା ଭିତରେ ଶୋଇଲେ ସକାଳ ୬ଟା ୭ଟା ଭିତରେ ଉଠିବେ
• ଫଳରେ ନିଦ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ
• ଆପଣ ୬ରୁ ୭ ଘଣ୍ଟା ଶୋଇପାରିବେ
• ରାତି ୧୦ଟା ପରେ ମୋବାଇଲ ବା ଇଣ୍ଟରନେଟର ଅଧିକ ବ୍ୟବହାର କରନ୍ତୁ ନାହିଁ
• କାରଣ ମୋବାଇଲ ଚଳାଇବା ଦ୍ୱାରା ବ୍ରେନ ଆକ୍ଟିଭ ରହିଥାଏ, ଯାହା ନିଦ ହେବାରେ ବ୍ୟାଘାତ ସୃଷ୍ଟି କରେ
• ବରଂ ଆପଣ ଭଲ ବହିଟିଏ ପଢ଼ନ୍ତୁ, କିମ୍ବା ମନପସନ୍ଦର ଗୀତ ଶୁଣନ୍ତୁ
• ସଂଧ୍ୟା ସମୟରେ ବେଶୀ ଚା’ କି କଫି ପିଅନ୍ତୁ ନାହିଁ
• ଦିନରେ ୩୦ରୁ ୪୫ ମିନିଟ୍ ଶାରୀରିକ ବ୍ୟାୟାମ ଓ ଧ୍ୟାନ କରନ୍ତୁ
• ବିଳମ୍ବିତ ରାତି ଯାଏଁ ଟିଭି ଦେଖନ୍ତୁ ନାହିଁ
• ରାତିରେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ
• ଯଦି ନିଦ ହେଉ ନାହିଁ, ମନ ଇଚ୍ଛା ମେଡିସିନ କିଣି ଖାଆନ୍ତୁ ନାହିଁ
• ବରଂ ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ କୌଣସି ମେଡିସିନ ଖାଆନ୍ତୁ