କରୋନା କାଳରେ କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ : ସଂକ୍ରମଣ ଏଡାଇବାକୁ ସଂସଦ ଢାଂଚାରେ ବିଧାନସଭାରେ ଲାଗିଲା କାଚ; ପରସ୍ପର ଠାରୁ ୪ଫୁଟ ଦୂରତାରେ ବସିବେ ବିଧାୟକ

ବିଧାନସଭାର ପ୍ରସ୍ତୁତି ବୁଲି ଦେଖିଲେ ବାଚସ୍ପତି ସୂର୍ଯ୍ୟ ପାତ୍ର 

50

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସଂସଦ ଢାଂଚାରେ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ । କେବଳ ପ୍ରଶ୍ନକାଳକୁ ଛାଡି ଦେଲେ ଅନ୍ୟ ସମସ୍ତ କାର୍ଯ୍ୟସୂଚୀ ଅନୁସାରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସ୍ ଆଦି ସବୁ ରହିବ । ଅଧିବେଶନରେ ବସିବା ପାଇଁ ବିଧାୟକଙ୍କ ମଧ୍ୟରେ ରହିବ ୪ ଫୁଟର ଦୂରତା । ଦର୍ଶକ ଗ୍ୟାଲେରୀରେ ବି ବସିବେ ବିଧାୟକ ।

ଏଥର ମୌସୁମୀ ଅଧିବେଶନ ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାନସଭାରେ ମଧ୍ୟ ସମସ୍ତ ବିଧାୟକଙ୍କ ଆଗରେ ରହିଛି ସିଲଡ୍ କାଚ କାନ୍ଥ । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ , ସେମାନେ ଆଗରୁ ସୂଚନା ଦେବେ ।

ଜିଲ୍ଲା ମୁଖ୍ୟାଳୟ କିଂବା ନିଜ ଘରେ କିଂବା ଓକାକରେ ଭିଡିଓ କନଫରେନ୍ସିଂରେ ମୌସୁମୀ ଅଧିବେଶନରେ ସାମିଲ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେହିପରି ଏଥର ମୌସୁମୀ ଅଧିବେଶନକୁ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ମିଳିବ ନାହିଁ ବିଧାନସଭାକୁ ପ୍ରବେଶ ଅନୁମତି । ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ମିଳିବ ଅନୁମତି । ମୌସୁମୀ ଅଧିବେଶନ ଆଗରୁ ବାଚସ୍ପତି ଆଜି ବିଧାନସଭାର ପ୍ରସ୍ତୁତି କାମ ବୁଲି ଦେଖିଛନ୍ତି ।