କନକ ବ୍ୟୁରୋ: ସ୍ନାନ ଯାତ୍ରାରେ ଶୃଙ୍ଖଳିତ ଦର୍ଶନ ନେଇ ପୁରୀ ଏସପିଙ୍କ ପ୍ରତିକ୍ରିୟା । ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪ ଜଣ ଏସ୍ପି ର୍ୟାଙ୍କର ଅଫିସର, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୨୯୦ରୁ ଉଦ୍ଧ୍ୱର୍ ସବ ଇନ୍ସ୍ପେକ୍ଟର, ସମୁଦାୟ ୬୮ ପ୍ଲାଟୁନ୍ରୁ ଉଦ୍ଧ୍ୱର୍ ପୋଲିସ ଫୋର୍ସ ମୁତୟନ ହେବେ । ସ୍ନାନ ଯାତ୍ରା ପାଇଁ ପୋଲିସ ମଧ୍ୟ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର -୧୧୨ ଜାରି କରାଯାଇଛି । ଶ୍ରୀମନ୍ଦିର ଭିତର ବେଢାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବା ସହ ବାହାର ବେଢା ସହ ଚତୁପାଶ୍ୱର୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାମ ପୂର୍ଣ୍ଣିମାରେ କେମିତି କରିବେ ଜଗା ଦର୍ଶନ, ଏନେଇ ସ୍ୱତନ୍ତ୍ର ରୁଟ୍ ଚାର୍ଟ ବି ପ୍ରସ୍ତୁତ ହୋଇଛି । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରଚିକଟ ଛକରୁ ହୋଇଥିବା ବ୍ୟାରିକେଟ୍ରେ ପ୍ରବେଶ କରି ସିଂହ ଦ୍ୱାର ଦେଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମାର୍କେଟ ଛକରୁ ନୋ ଭେଇକିଲ ବ୍ୟବସ୍ଥା ହୋଇଛି ।