କନକ ବ୍ୟୁରୋ: ଆପଣ ମୋବାଇଲରେ ଜି-ମେଲ ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ ହେଇଯାଆନ୍ତୁ କାହିଁକି ନା ସାମାନ୍ୟ ଅସାବଧାନତା ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେଇପାରେ । ଜି-ମେଲରେ ଏବେ ନୂଆ ଇମେଲ ସ୍କାମ ବ୍ୟାପିବାରେ ଲାଗିଛି । ଯେଉଁଥିରେ ହ୍ୟାକରମାନେ ଆଖି ପିଛୁଳାକେ ଆପଣଙ୍କୁ ବୋକା ବନେଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଇପାରନ୍ତି । ଲୁଟର ଏହି ତରିକା ଏବେ ବି ଅନେକଙ୍କୁ ଅଜଣା ଥିବାବେଳେ । ଅନେକ ଲୋକ ଏହାର ଶିକାର ହୋଇସାରିଲେଣି ।
ଏହି ସ୍କାମରେ ପ୍ରଥମେ ହ୍ୟାକର ଅବିକଳ ଅସଲ ଇମେଲ ଭଳି । ଆପଣଙ୍କ ଜି-ମେଲକୁ ଏକ ମେଲ ପଠାଇବ । ଯାହା ସାହାଯ୍ୟରେ ସେ ସହଜରେ ଟଙ୍କା ଲୁଟିପାରିବ । ସେଇ ମେଲରେ ଆପଣଙ୍କ ଆକାଉଣ୍ଟରେ କିଛି ସପିଙ୍ଗ ହୋଇଥିବା ଲେଖାହୋଇଥିବ । ଯଦି ଆପଣ ସେହି ସପିଙ୍ଗ୍ କରିନାହାଁନ୍ତି । ତେବେ ତୁରନ୍ତ କଲ କରିବାକୁ ନିର୍ଦ୍ଦେଶ ଥିବ । ଆପଣ କଲ୍ କରିବା ପରେ ଆପଣ କୌଣସି କମ୍ପାନୀ ସହ ନୁହେଁ ବଂର ହ୍ୟାକର ସାଙ୍ଗରେ କଥା ହେବେ । ସେ ଆପଣଙ୍କୁ ବୁଝାଇ ସୁଝାଇ ଆପଣଙ୍କ ଆକାଉଣ୍ଟ ଡିଟେଲ୍ସ ନେବାକୁ ଚେଷ୍ଟା କରିବ ଆଉ ଏହା ସାହାଯ୍ୟରେ ଆପଣଙ୍କ ଟଙ୍କା ଆକାଉଣ୍ଟ ଖାଲି କରିବ । ହେଲେ ଆପଣ ଏହି ସମୟରେ ସଚେତନ ରହିଲେ ଏଥିରେ ମୁକୁଳି ପାରିବେ ।
Follow Us