ଆଧାର କାର୍ଡର ସୁରକ୍ଷାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଆଧାର କାର୍ଡର ସୁରକ୍ଷାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ତେବେ ୟୁଆଇଡିଏଆଇ ସ୍ୱଷ୍ଟ କରିଛି ଯେ, ଆଧାର କାର୍ଡରେ ଥିବା ସମସ୍ତ ତଥ୍ୟ ସୁରକ୍ଷିତ ରହିଛି ଏହାକୁ କେହି ବି ଲିକ କରିପାରିବେ ନାହିଁ ।କିନ୍ତୁ ଏମିତି କିଛି ଉପାୟ ରହିଛି ଯାହା ଦ୍ୱାରା ଆପଣ ଆଧାରକାର୍ଡର ସମ୍ପୂର୍ଣ୍ଣ ତଥ୍ୟ ସୁରକ୍ଷିତ ରଖି ପାରିବେ ।
ବିନା କାରଣରେ ଆଧାର ତଥ୍ୟ ସେୟାର କରନ୍ତୁ ନାହିଁ :
କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ସରକାରୀ ବିଭାଗ ଯଦି ଆପଣଙ୍କ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟ ମାଗୁଥାନ୍ତି ତେବେ ଏହାର କାରଣ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ୟୁଆଇଡିଏଆଇ ତରଫରୁ କୁହାଯାଇଛି ଯେ, ବିନା କାରଣରେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ଆଧାର କାର୍ଡର ତଥ୍ୟ ସେୟାର କରିବା ଉଚିତ ନୁହେଁ ।
ଆପ ବ୍ୟବହାରରୁ ନିବୃତ୍ତ ରୁହନ୍ତୁ :
ସାଧାରଣତଃ ଲୋକମାନେ ଫୋନରେ ବିଭିନ୍ନ ପ୍ରକାର ଆପ ବ୍ୟବହାର କରିଥାନ୍ତି । ପ୍ଲେଷ୍ଟୋରରେ ଏଭଳି କିଛି ଆପ ରହିଛି ଯାହା ମୋବାଇଲ ନମ୍ବର ଲିଙ୍କ କରିବାକୁ ୟୁର୍ଜସଙ୍କୁ କହିଥାଏ । ମୋବାଇଲ ନମ୍ବର ଲିଙ୍କ କରିବା ଦ୍ୱାରା ବିଭିନ୍ନ ସୁବିଧା ମିଳିବ ବୋଲି ଆପ ପକ୍ଷରୁ କୁହାଯାଇଥାଏ । ତେବେ ଏଭଳି ଆପକୁ ବ୍ୟବହାର କରିବାରୁ ସର୍ବଦା ନିବୃତ ରୁହନ୍ତୁ । ଏହାଦ୍ୱାରା ଆଧାର ତଥ୍ୟକୁ ଆପଣ ସୁରକ୍ଷିତ ରଖିପାରିବେ । ମୋବାଇଲ ସହ ଆଧାର କାର୍ଡ ଲିଙ୍କରେ ମିଳୁଥିବା ସୁବିଧାର ଫାଇଦା ଉଠାଇବା ପାଇଁ ଆଧାରର ଅଫିସିଆଲ ଆପ ‘ଏମଆଧାର’ର ବ୍ୟବହାର କରିପାରିବେ । ଏହାବାଦ୍ ସରକାରଙ୍କ ତରଫରୁ ଲଞ୍ଚ କରାଯାଇଥିବା ଉମଙ୍ଗ ଆପର ବ୍ୟବହାର କରିପାରିବେ ।
ବାୟୋମେଟ୍ରିକ ବ୍ଲକ କରନ୍ତୁ :
ଯଦି ଆପଣ ଭାବୁଥାନ୍ତି କି ଆପଣଙ୍କ ଆଧାର କାର୍ଡ ତଥ୍ୟ ଚୋରି ହୋଇଯାଇଛି ତେବେ ଏଭଳି ସ୍ଥିତିରେ ବାୟୋମେଟ୍ରକି ବ୍ଲକ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ୟୁଆଇଡିଏଆଇର ୱେବସାଇଟକୁ ଯାଇ ବାୟୋମେଟ୍ରିକ ବ୍ଲକ କରିପାରିବେ । ଏହାଦ୍ୱାରା କୌଣସି ବ୍ୟକ୍ତି ମଧ୍ୟ ଆପଣଙ୍କ ଆଧାରକାର୍ଡକୁ ବ୍ୟବହାର କରିପାରିବ ନାହିଁ । ତେବେ ପରେ ଏହାକୁ ଅନଲକ ମଧ୍ୟ କରିପାରିବେ ।
ସବୁ ସ୍ଥାନରେ ବାୟୋମେଟ୍ରିକ ଓ ଆଧାରକାର୍ଡ ତଥ୍ୟ ଦିଅନ୍ତୁ ନାହିଁ । କାରଣ ବାୟୋମେଟ୍ରିକରେ ସମସ୍ତ ତଥ୍ୟ ରହିଥାଏ । ଯାହା ଆଧାର କାର୍ଡ ସମସ୍ତ ତଥ୍ୟ ଚୋରି କରିବା ପାଇଁ ସକ୍ଷମ ।
ଏସବୁ ଭିତରେ ୟୁଆଇଡିଏଆଇ ସ୍ୱଷ୍ଟ କରିଛି ଯେ, ଯଦି ଆପଣଙ୍କ ଆଧାର ନମ୍ବର ଚୋରି ହୋଇଛି ତେବେ ଚିନ୍ତା କରିବାର ଆଦୌ ଆବଶ୍ୟକତା ନାହିଁ । କାରଣ ବିନା ବାୟୋମେଟ୍ରିକ ତଥ୍ୟରେ ଆଧାରକାର୍ଡର ଅପବ୍ୟବହାର କରାଯାଇପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/maadhaar_story_google_play_1500441824626.jpg)
/kanak/media/post_attachments/wp-content/uploads/2018/09/f03f30f6e4ccb93edb820ce6539a8b25-300x169.jpg)
/kanak/media/post_attachments/wp-content/uploads/2018/09/images-5-300x158.jpg)