କରୋନା ଟିକା ନେବାକୁ କେମିତି କରିବେ ପଞ୍ଜିକରଣ । ସରକାରଙ୍କ ‘କୋ ୱିନ୍’ ଆପ୍ କେତେ ହେବ ସହାୟକ । ଜାଣନ୍ତୁ ପୁରା ପ୍ରୋସେସ୍

1,863

କନକ ବ୍ୟୁରୋ : ଏବେ ଏବେ ଦେଶବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଡିସିଜିଆଇ ସ୍ୱାଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା କୋଭାସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏପଟେ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭାରତୀୟଙ୍କୁ ଟିକା ଦେବାକୁ ପୁରା ଦମରେ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ପଞ୍ଜିକରଣ କରିବା ପାଇଁ ‘କୋ ୱିନ୍’ ନାମରେ ଏକ ଆପ୍ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଆପଣ ପଞ୍ଜିକରଣ କରିବେ ଓ ଏହାର କନଫରମେସନ ଆସିବା ପରେ ଆପଣଙ୍କ ନିକଟରେ ଟିକା ଦାତା ମାନେ ପହଂଚିଯିବେ ।

ହେଲେ କିଭଳି କରିବେ ପଞ୍ଜିକରଣ । କେମିତି ଜାଣିବେ ଆପଣଙ୍କୁ କେବେ ମିଳିବ ଟିକା । ଏନେଇ ଆସନ୍ତୁ ଜାଣିବା ପୁରା ପ୍ରୋସେସ୍ । ହେଲେ କହିରଖୁ ଯଦି ଆପଣ ସ୍ୱାସ୍ଥ୍ର୍ୟକର୍ମୀ କିମ୍ବା କୋଭିଡ ଯୋଦ୍ଧା ତାହେଲେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ନାହିଁ । ସାଧାରଣ ଲୋକମାନେ ପ୍ରଥମେ ମୋବାଇଲର ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ପ୍ଲେ ଷ୍ଟୋରକୁ ଯାଇ ‘କୋ ୱିନ୍’ ଆପ୍ ଡାଉନଲୋଡ କରିପାରିବେ । ଟିକାକରଣ ଉପଯୋଗ ପାଇଁ ଯେଉଁମାନେ ଏହି ଆପ୍ ରେ ପ୍ରଥମେ ପଞ୍ଜିକରଣ କରିଥିବେ ସେମାନଙ୍କୁ ଶୀଘ୍ର ଭ୍ୟାକସିନ ମିଳିବ ।
ଭ୍ୟାକସିନ ପାଇଁ କିଭଳି ରେଜିଷ୍ଟ୍ରେସନ କରିବେ ଜାଣନ୍ତୁ :

  •  ସ୍ୱାସ୍ଥ୍ୟକର୍ମୀ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ ମୋଡ୍ୟୁଲ୍ ମାଧ୍ୟମରେ ଭ୍ୟାକସିନ୍ ପାଇଁ ପଞ୍ଜିକୃତ କରିପାରିବେ। କୋ-ୱିନ୍ ଆପକୁ ଗୁଗଲ ପ୍ଲେଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ତେବେ ଏହି ଆପ୍ଲିକେସନ ଏବେ ଯାଏଁ ଲଞ୍ଚ ହୋଇନାହିଁ।
  • କୋ-ୱିନ୍ ୱେବସାଇଟରେ ସେଲ୍ଫ ରେଜିଷ୍ଟ୍ରେସନ ପାଇଁ ୧୨ଟି ଫୋଟୋ ଆଇଡି (ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ପେନ୍ସନ ଡକୁମେଣ୍ଟ) ମଧ୍ୟରୁ ଯେକୌଣସି ଗୋଟିଏ ଆବଶ୍ୟକ ହେବ।
  • ଅନଲାଇନ ରେଜିଷ୍ଟ୍ରେସନ ପରେ ଉପଭୋକ୍ତାଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଏସଏମଏସ ଆସିବ। ଏହି ଏସଏମଏସରେ ଭେକସିନଏସନ ପାଇଁ ତାରିଖ, ସମୟ ଓ ସ୍ଥାନ ଦିଆଯାଇଥିବା।
  • କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାୟର ସୂଚନା ମୁତାବକ ୩ ଟି ପର୍ଯ୍ୟାୟରେ ଟିକାକରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ କୋଭିଡ୍ ଯୋଦ୍ଧା, ଦ୍ୱିତୀୟ ପର୍ଯ୍ୟାୟରେ ଜରୁରୀକାଳୀନ ସେବା ସହିତ ଜଡିତ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବ (ଯେଉଁ ମାନଙ୍କର ତଥ୍ୟ ଏବେ ରାଜ୍ୟ ସରକାର ମାନେ ସଂଗ୍ରହ କରିବାରେ ଲାଗିଛନ୍ତି) , ତୃତୀୟ ପର୍ଯ୍ୟାୟରେ ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଟିକାକରଣ କରାଯିବ ।

ଭ୍ୟାକସିନକୁ ସହଜରେ ଟ୍ରେକିଂ ଓ ପଞ୍ଜିକରଣ ସୁନିଶ୍ଚିତ କରିବାକୁ ‘କୋ-ୱିନ’ ଆପ୍ କୁ ୫ ଟି ମୋଡ୍ୟୁଲରେ ବିଭକ୍ତ କରାଯାଇଛି । ପ୍ରଶାସନିକ ମୋଡ୍ୟୁଲ୍, ରେଜିଷ୍ଟ୍ରେସନ ମୋଡ୍ୟୁଲ, ଭ୍ୟାକସିନେସନ୍ ମୋଡ୍ୟୁଲ, ଲାଭାନ୍ୱିତ ସ୍ୱୀକୃତି ମୋଡ୍ୟୁଲ ଓ ରିପୋର୍ଟ ମୋଡ୍ୟୁଲ, ଯେଉଁମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ରେଜିଷ୍ଟ୍ରେସନ ମୋଡ୍ୟୁଲରେ ନିଜର ସବିଶେଷ ବିବରଣୀ ଦେବାକୁ ପଡିବ । ଭ୍ୟାକସିନେସନ୍ ମୋଡ୍ୟୁଲରେ ସେମାନଙ୍କ ବିବରଣୀକୁ ଯାଂଚ କରାଯିବ । ଲାଭାନ୍ୱିତ ସ୍ୱୀକୃତି ମୋଡ୍ୟୁଲରେ ଟିକାକରଣ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ ସେମାନଙ୍କ ମୋବାଇଲକୁ ପଠାଯିବ ।