କନକ ବ୍ୟୁରୋ : ଆପଣ ପ୍ରତ୍ୟେକ ଦିନ କେତେ ପରିମାଣରେ ଖାଉଛନ୍ତି । ଏଥିରେ କେତେ ପରିମାଣରେ ଲୁଣ, ଚିନି ଓ ତେଲ ରହୁଛି । ଏହା ଦ୍ୱାରା ଆପଣଙ୍କୁ କ’ଣ କ୍ଷତି ହେଉଛି । ଆପଣ ଯଦି ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟରେ ଲୁଣ, ଚିନି ଏବଂ ସ୍ନେହସାର ପରିମାଣକୁ କମ୍ କରନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ ନାହିଁ । ରକ୍ତଚାପ, ମଧୁମେହ ଓ ହୃଦରୋଗ ଏବଂ ଅନ୍ୟ ଅଣସଂକ୍ରାମକ ରୋଗରେ ପଡ଼ିବାର ଆଶଙ୍କା କମିଯିବ ।
ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି
- ଧିରେ ଧିରେ ନିଜ ଖାଦ୍ୟରେ ଲୁଣ, ଚିନି ଓ ତେଲ ପରିମାଣ କମ୍ କରନ୍ତୁ
- ଖାଦ୍ୟରେ ଚିନି, ଲୁଣ ଏବଂ ତେଲ ପକାଇବା ପାଇଁ ଛୋଟ ଚାମଚ ବ୍ୟବହାର କରନ୍ତୁ
- ପ୍ରତି ମାସରେ ନିଜର ଖାଦ୍ୟ ଗ୍ରହଣକୁ ପର୍ଯ୍ୟବେକ୍ଷଣ କରନ୍ତୁ
- ଚିନି ବଦଳରେ ଆପଣ ଫଳ ବ୍ୟବହାର କରିପାରିବେ
- ଘିଅ ବଦଳରେ ୨ରୁ ୩ ଚାମଚ ଭେଜିଟେବଲ୍ ଅଏଲ ବ୍ୟବହାର କରନ୍ତୁ
- ଆଚାର, ଲୁଣି ବିସ୍କୁଟ, ଜାମ୍, ଜେଲି ଖାଇବାରେ ନିୟନ୍ତ୍ରଣ କରନ୍ତୁ
- ମୃଦୁ ପାନୀୟ, ମିଠା, ଆଇସକ୍ରିମ୍, ଛଣାଛଣି ଖାଦ୍ୟର ପରିମାଣ କମାନ୍ତୁ
- ସାଲାଡ୍ ଉପରେ ଲୁଣ, ଦହି ଛିଞ୍ଚିବାରୁ ନିବୃତ ରୁହନ୍ତୁ
- ଭାତ କିମ୍ବା ରୁଟି ତିଆରି କରିବା ବେଳେ ଅଧିକ ଲୁଣ ମିଶାନ୍ତୁ ନାହିଁ
- ଆପଣଙ୍କ ଖାଦ୍ୟରୁ ରିଫାଇନଡ୍ ଚିନିକୁ ବାଦ୍ ଦିଅନ୍ତୁ