ମହିଳାଙ୍କ ଠାରେ ବଢୁଛି ସ୍ତନ କର୍କଟ ଆଶଙ୍କା : କର୍କଟ ଆଶଙ୍କା ଏଡାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

Advertisment
ମହିଳାଙ୍କ ଠାରେ ବଢୁଛି ସ୍ତନ କର୍କଟ ଆଶଙ୍କା : କର୍କଟ ଆଶଙ୍କା ଏଡାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

source : Reader's Digest

ଏବେ ବିଭିନ୍ନ ପ୍ରକାରର କର୍କଟ ରୋଗ ଆତଙ୍କ ଖେଳାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ।ଏବେ ବିଶ୍ୱରେ ୩୫ ରୁ ଉର୍ଦ୍ଧ୍ୱ ବର୍ଷର ମହିଳା ମାନଙ୍କୁ ସହଜରେ ବ୍ରେଷ୍ଟ୍ କ୍ୟାନସର ହେବାର ସମ୍ଭାବନା ଥାଏ । କ୍ୟାନସର ପୀଡ଼ିତା ରୋଗୀମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗରେ ଅଧିକାଂଶ ମହିଳାଙ୍କ ମୃତ୍ୟୁ ହେଉଥିବା ଜଣାଯାଇଛି। ବିଶେଷଜ୍ଞଙ୍କ ମତରେ ତିନିଟି କାରଣରୁ ବ୍ରେଷ୍ଟ୍ କ୍ୟାନସର ବୃଦ୍ଧି ପାଇଥାଏ । ଏହା ହେଲା ବୟସ ବୃଦ୍ଧି, ଫ୍ୟାମିଲି ହିଷ୍ଟ୍ରି ଏବଂ ଶରୀରରେ ଆବଶ୍ୟକତା ଠାରୁ ଅଧିକ ସେଲ୍ ରହିବା। ବ୍ରେଷ୍ଟ୍ କ୍ୟାନସର ଆଶଙ୍କାକୁ ଆପଣ ନିମ୍ନ ଉପାୟରେ କମ୍ କରିପାରିବେ ।

ସନ୍ତୁଳିତ ଆହାର : ଯେଉଁ ମହିଳାମାନେ ଲୋ-ଫ୍ୟାଟ୍ ଡ଼ାଏଟ୍ ନିଅନ୍ତି। ସେମାନଙ୍କ ରକ୍ତର ଫିମେଲ୍ ହରମୋନ୍ ଏଷ୍ଟ୍ରୋଜେନ୍ ସ୍ତର କମ୍ ହୋଇଥାଏ। ଏହା ଫଳରେ ସେମାନଙ୍କ ରକ୍ତରେ ଫିମେଲ୍ ହରମୋନ୍ ଏଷ୍ଟ୍ରୋଜେନ୍ ସ୍ତର କମ୍ ହୋଇଥାଏ।ଏହା ଫଳରେ ସେମାନଙ୍କ ଠାରେ ବ୍ରେଷ୍ଟ୍ କ୍ୟାନସର ହେବାର ସମ୍ଭାବନା ହ୍ରାସ ପାଇଥାଏ ।

ଭିଟାମିନ୍ ଡ଼ି : ଯେଉଁ ଦେଶରେ ସୂର୍ଯ୍ୟ କିରଣର ମାତ୍ରା କମ୍, ସେହି ଦେଶରେ ବ୍ରେଷ୍ଟ୍ କ୍ୟାନସରର ଆଶଙ୍କା ଅଧିକ। କାନାଡ଼ାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ମହିଳାମାନଙ୍କ ଶରୀରରେ ଲଗାତାର ଛଅ ବର୍ଷ ଯାଏଁ ଭିଟାମିନ୍ ଡ଼ି କମ୍ ଥାଏ, ସେମାନଙ୍କୁ ବ୍ରେଷ୍ଟ୍ କ୍ୟାନସର ବେଶୀ ହୋଇଥାଏ। ଭିଟାମିନ୍ ଡ଼ି ଯେମିତି ଆାପଣଙ୍କ ଶରୀରରେ ନକମେ ,ସେଥିପ୍ରତି ସତର୍କ ରୁହନ୍ତୁ।

ପ୍ରତିଦିନ ବ୍ୟାୟାମ କରନ୍ତୁ : ୟୁନିଭର୍ସିଟି ଅଫ୍ ନର୍ଥକେରୋଲୀନା ରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେଉଁ ମହିଳା ପ୍ରତି ସପ୍ତାହରେ ଅନ୍ୟୁନ ଦୁଇ ଘଣ୍ଟା ବ୍ୟାୟାମ କରନ୍ତି, ତାଙ୍କୁ ବ୍ରେଷ୍ଟ୍ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍ ଥାଏ। ନିୟମିତ ବ୍ୟାୟାମ କରିଲେ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ।

ସଠିକ୍ ନିଦ୍ରା : ଯଦି ଆପଣ ୨୪ ଘଣ୍ଟାରୁ ମାତ୍ର ଛଅ ଘଣ୍ଟା ଭଲ ନିଦରେ ଶୁଅନ୍ତି, ତେବେ ଆପଣଙ୍କୁ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ବି କମିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe