ଏମିତି କଲେ ଫେରିବ ଟଙ୍କା ! ଆପଣଙ୍କ ବ୍ୟାଙ୍କ୍ ଖାତାରୁ ଟଙ୍କା ଚୋରି ହୋଇଗଲେ କ’ଣ କରିବେ? କିଭଳି ଫେରିପାଇବେ କଷ୍ଟ ଉପାର୍ଜିତ ଟଙ୍କା? ଖାତାଧାରୀଙ୍କ ପାଇଁ ଆରବିଆଇ ଜାରି କଲା ବଡ଼ ସୂଚନା । ପଢ଼ନ୍ତୁ ଏବଂ ଭଲ ଭାବେ ବୁଝନ୍ତୁ…

1,667

କନକ ବ୍ୟୁରୋ: କଷ୍ଟ ଉପାର୍ଜିତ ଟଙ୍କା ଯେତେବେଳେ ଚୋରୀ ହେଉଛି ତେବେ ଆପଣଙ୍କୁ କଷ୍ଟ ତ ନିଶ୍ଚିନ୍ତ ଲାଗିବ । ହେଲେ ଆପଣ ଯଦି ଏମିତି କିଛି କରିବେ ତେବେ ଆପଣଙ୍କ ଟଙ୍କା ପୁଣି ଆପଣ ଫେରି ପାଇବେ । ଏବେ ସମୟରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ଡରିବା ଆରମ୍ଭ କରିଛନ୍ତି । ଏହାର କାରଣ ଏମିତି , ଆପଣଙ୍କ ବିନା ଜାଣତରେ ବ୍ୟାଙ୍କ କିଛି ନା କିଛି ଟଙ୍କା ଆପଣଙ୍କ ଆକାଉଣ୍ଟରୁ କାଟୁଥିବା ବେଳେ ଡିଜିଟାଲ କ୍ରାଇମ ବା ସାଇବର୍ ମାଧ୍ୟମରେ ବେଳେ ବେଳେ ଆପଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରି ହେଉଛି । ଏନେଇ ଆପଣ ଯଦି ଆପଣଙ୍କ ବ୍ୟାଙ୍କ ପରିଚାଳକଙ୍କ ପାଖରେ ଅଭିଯୋଗ କରୁଛନ୍ତି ତେବେ ବିଶେଷ କିଛି ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି ।

ଏନେଇ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ କିଛି ନିୟମ ଜାରି କରିଛନ୍ତି । କରୋନା ମହାମାରୀ ବେଳେ ଲୋକଙ୍କ ରୋଜଗାର କମିଛି । ହେଲେ ସିମିତ ରୋଜଗାରରୁ ଆପଣମାନେ ଭବିଷ୍ୟତ ପାଇଁ ବ୍ୟାଙ୍କରେ ଯାହା ଟଙ୍କା ରଖୁଛନ୍ତି ତାହା ସୁରକ୍ଷିତ ବୋଲି ଆପଣ ବିଶ୍ୱାସ କରୁନାହାନ୍ତି । ଏପଟେ ବ୍ୟାଙ୍କ ଠକେଇ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ହେଲେ ବ୍ୟାଙ୍କ ଠକେଇରୁ ବଞ୍ଚିବା ପାଇଁ ରିଜର୍ଭ ବ୍ୟାଙ୍କ ବାରମ୍ବାର ଆପଣଙ୍କୁ ସୂଚନା ଜାରି କରିବାରେ ଲାଗିଛି । ଏହା ସତ୍ତେ୍ୱ ଯଦି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରୀ ହେଉଛି ତାହେଲେ ଅପାଣଙ୍କୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା । ଯଦି ଆପଣ ଜାଣିବାକୁ ପାଇଲେ କି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରୀ ହୋଇଛି ତେବେ ୩ ଦିନ ମଧ୍ୟରେ ଏନେଇ ବ୍ୟାଙ୍କ ପରିଚାଳକଙ୍କ ପାଖରେ ଅଭିଯୋଗ କରନ୍ତୁ । ଯଦି ଆପଣଙ୍କର କୌଣସି ତ୍ରୁଟି ନାହିଁ ତେବେ ଆପଣଙ୍କୁ ସମ୍ପୁର୍ଣ୍ଣ କ୍ଷତି ଭରଣା କରିବ ବ୍ୟାଙ୍କ ।

ଯଦି ଆପଣ ୩ ଦିନ ପରେ ଅର୍ଥାତ ୪ ରୁ ୭ ଦିନ ମଧ୍ୟରେ ସୂଚନା ଦିଅନ୍ତି ତେବେ ଏଭଳି କ୍ଷେତ୍ରରେ ଆପଣଙ୍କର କିଛି ଦାୟିତ୍ୱ ରହିବ । ଯେଭଳି କି ଆପଣଙ୍କ ଆକାଉଣ୍ଟରୁ ଚୋରୀ ହୋଇଥିବା ଟଙ୍କାର ୫୦ ପ୍ରତିଶତ ବ୍ୟାଙ୍କ ଭରଣା କରିବ । ଯେମିତି କି ଯଦି ଆପଣଙ୍କର ଶୂନ୍ୟ ବାଲାନ୍ସ ଖାତା ହୋଇଥାଏ ତେବେ ଆପଣଙ୍କୁ ଅଧା କ୍ଷତିପୂରଣ ମିଳିବ ଓ ଆଉ ଅଧା ରାଶି ଆପଣଙ୍କୁ ସହିବାକୁ ପଡିବ ।

ଯଦି ଅନଧିକୃତ କାରବାର ସଂପର୍କରେ ୭ ଦିନ ପରେ ବ୍ୟାଙ୍କକୁ ଜଣାଉଛନ୍ତି ତେବେ ବ୍ୟାଙ୍କ ଏହା ଉପରେ ତର୍ଜମା କରିବ । ବ୍ୟାଙ୍କ ଚାହିଁଲେ ଆପଣଙ୍କୁ ସମ୍ପୁର୍ଣ୍ଣ ରାଶି ଫେରାଇ ପାରେ ବା କିଛି ବି ଫେରାଇ ନପାରେ । ଏହା ସମ୍ପୁର୍ଣ୍ଣ ବ୍ୟାଙ୍କର ପରିଚାଳନା ଉପରେ ନିର୍ଭର କରେ ।

ଅନ୍ୟପଟେ ଆପଣ ଏସବୁରୁ ମୁକ୍ତି ପାଇବାକୁ ହେଲେ କିଛି କଥାକୁ ଧ୍ୟାନ ଦେବାକୁ ପଡିବ । ଯେମିତି କି ଆପଣଙ୍କ ଏଟିଏମ ବା କ୍ରେଡିଟ୍ କାର୍ଡକୁ ଯଥା ସମ୍ଭବ ଅନ୍ୟ କାହା ମାଧ୍ୟମରେ କାରବାର କରିବାରୁ ବିରତ ରୁହନ୍ତୁ । ଏଟିଏମର ସିକ୍ରେଟ ନମ୍ବର ଏଟିଏମ ଉପରେ ଲେଖନ୍ତୁ ନାହିଁ । ଏଟିଏମରେ ଟ୍ରାନଜାକସନ କରିସାରିବା ପରେ କ୍ୟାନସଲ ବା ଫିନିସ୍ ବଟମକୁ ଦବାଇବାକୁ ଭୁଲନ୍ତୁ ନାହିଁ । ଏଟିଏମରେ କାରବାର କରୁଥିବା ସମୟରେ ସିକ୍ରେଟ ନମ୍ବର ଦେବା ବେଳେ ପଛକୁ ଲକ୍ଷକରନ୍ତୁ ଏହାକୁ କେହି ଦେଖୁଛି କି ? ମୋବାଇଲରେ ଗୁଗୁଲ ପେ ବା ଆକାଉଣ୍ଟ ପେ ଆପ୍ଲିକେସନକୁ ସିକ୍ରେଟ ଫୋଲଡର କରି ରଖନ୍ତୁ । ଏହାର ପାସୱାଡ ବି ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ କି ଦେଖାନ୍ତୁ ନାହିଁ ।