ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ

Advertisment
ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ

କନକ ବ୍ୟୁରୋ: ଅସଲି ରୂପରେ ବଜାରରେ ବୁଲୁଛି ନକଲି ସାମଗ୍ରୀ । ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବିକ୍ରି ହେଉଛି ନକଲି ଖାଦ୍ୟ ପଦାର୍ଥ । ଗତ କିଛି ଦିନ ହେଲା କଟକ, ଜଗତପୁର, ସମ୍ବଲପୁର, ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ବ୍ରହ୍ମପୁର ଅଂଚଳରୁ ନକଲି ସାମଗ୍ରୀ ଜବତ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସ୍ଥିତି ଏପରି ହେଲାଣି ଅସଲି କେଉଁଟା, ନକଲି କେଉଁଟା ତାହା ନ ଜାଣିଲେ ଠକି ଯିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଅସଲି ସାମଗ୍ରୀ ଓ ଖାଦ୍ୟ ପଦାର୍ଥକୁ ଚିହ୍ନିବେ କିପରି?
- ଲୁଣରେ ଲେମ୍ବୁ ଚିପୁଡିଲେ, ତାହା ଇଷତ ବାଇଗଣୀ ରଙ୍ଗ ଦେଖାନଗଲେ ନକଲି
- ଗୋଲମରିଚକୁ ମଦରେ ପକାଇଲେ, ଅପମିଶ୍ରିତ ସାମଗ୍ରୀ ଉପରେ ଭାସିବ
- ହଳଦୀ ଗୁଣ୍ଡକୁ ପାଣିରେ ପକାଇଲେ, ଯାହା ତଳକୁ ବସିଯିବ ତାହା ନକଲି
- ଜିରାକୁ ହାତରେ ମକଚିଲେ ବାସ୍ନା ହେବ, ବାସ୍ନା ନହେଲେ ନକଲି
- ଧନିଆ ଗୁଣ୍ଡକୁ ପାଣିରେ ପକାଇଲେ ମିଶିଯିବ, ଅପମିଶ୍ରଣ ଜିନିଷ ପାଣିରେ ଭାସିବ
- ଡାଲିକୁ ରଙ୍ଗ କରିବା ପାଇଁ କେମିକାଲ ବ୍ୟବହାର ହେଉଛି, ଡାଲିକୁ ୧୫ ମିନିଟ ଗରମ ପାଣିରେ ବତୁରାଇଲେ କେମିକାଲ ବାହାରିଯିବ

ଏହା ସତ ଯେ ଆମେ ବଜାରକୁ ଯେତେବେଳେ ସାମଗ୍ରୀ କିଣିବାକୁ ଯାଉଛୁ, ସେତେ ବେଳେ ଏମିତି ପରୀକ୍ଷା କରିବା ସମ୍ଭବ ନୁହେଁ । ଏଭଳି ନକଲି କାରବାରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପର ଆବଶ୍ୟକତା ରହିଛି ଏବଂ ଯେଉଁ ବ୍ୟବସାୟୀମାନେ ଏହି କାରବାର କରୁଛନ୍ତି, ସେମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe