କେତେ ସୁରକ୍ଷିତ ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ । କେମିତି ଅନ୍ୟମାନଙ୍କଠାରୁ ଲୁଚେଇ ରଖିବେ ଆପଣଙ୍କ ଗୋପନୀୟ ଚାଟ । ଜାଣନ୍ତୁ ଏମିତି କିଛି ପ୍ରଶ୍ନର ଉତ୍ତର

କେତେ ସୁରକ୍ଷିତ ଆପଣଙ୍କ ଚାଟ୍

284

କନକ ବ୍ୟୁରୋ: ଏବେ ହ୍ୱାଟ୍ସଆପ୍ ଚାଟକୁ ନେଇ ବଲିଉଡରେ କମ୍ପନ । ଦିନେ କି ଦୁଇ ଦିନ ନୁହେଁ ୫ ବର୍ଷର ପୁରୁଣା ଚାଟ୍ କିଭଳି ମିଳିଲା ଏନସିବିକୁ । ଡିଲିଟ୍ ପରେ ବି କିଭଳି ସଂରକ୍ଷିତ ଥିଲା ଏହି ବାର୍ତ୍ତାଳାପ । ଆଜି କାଲି ଦେଶରେ ୫୦ ପ୍ରତିଶତରୁ ଅଧିକ ଲୋକ ହ୍ୱାଟ୍ସଆପ୍ ଆପ୍ଲିକେସନ ବ୍ୟବହାର କରୁଛନ୍ତି । ଯେଉଁଥିରେ କି ଅନେକ ଅକୁହା କଥା ନିଜ ପରିଜନ ମାନଙ୍କ ଭିତରେ କୁହାଯାଇ ପାରୁଛି । ହେଲେ କିଛି କଥା ଅଛି ଯାହାକୁ ଆପଣ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସେୟାର କରିବାକୁ ଚାହାଁନ୍ତି । ହେଲେ ବେଳେ ବେଳେ ଏହାକୁ ନେଇ ବିବାଦ ଉଠିଲେ ପୋଲିସ ବା ତଦନ୍ତକାରୀ ଦଳ ଆପଣଙ୍କ ଚାଟ୍ କୁ କିଭଳି ପାଇଯାଉଛି । ଯାହା କି ଆପଣ ଏନକ୍ରିପେଟ ଶେଷ ହେବା ପରେ ଡିଲିଟ କରିଦେଇଛନ୍ତି । ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦ୍ଧତି ଉପରେ ଆଲୋଚନା କରିବା ।

ଆଜି ଆମେ ଏକ ନିର୍ଦ୍ଧିଷ୍ଟ ଦିଗ ଉପରେ ଆଲୋଚନା କରିବା ହ୍ୱାଟ୍ସଆପ୍ ଚାଟ ପ୍ଲାଟଫର୍ମରେ ବାତ୍ତାଳପ କେତେ ସୁରକ୍ଷିତ । ଗତବର୍ଷ ପେଗାସାସ୍ ସ୍ପାଏୱେୟାର ଦୁର୍ନିତୀ ମଧ୍ୟ ଏହି ହ୍ୱାଟ୍ସଆପ୍ ଚାଟ୍ ମାଧ୍ୟମରେ ସାମ୍ନାକୁ ଆସିଥିଲା । ଯେଉଁଥିରେ ହ୍ୱାଟ୍ସଆପ୍ ଜଗତର ସେଲିବ୍ରେଟି ମାନଙ୍କ ଉପରେ ଏକ ଷ୍ଟିଙ୍ଗ୍ ଅପରେସନ୍ କରାଯାଇଥିଲା । ଚାଟ୍ କିଭଳି ବାହାରିଲା । ଅନୁସନ୍ଧାନକାରୀ ସଂସ୍ଥା ଏହି ସୂଚନାକୁ ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଦ୍ୱାରା କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ବ୍ୟବହାର କରିପାରିବେ । ଗୋଟିଏ ପଟେ ସମସ୍ତ ମେସେଞ୍ଜର ଗୋପନୀୟତା ବୋଲି ଦାବି ହେଉଥିଲେ ବି ମୋବାଇଲ ବ୍ୟାକଅପ୍ ଡାଟା ମାଧ୍ୟମରେ ଏହାକୁ ଉଦ୍ଧାର କରାଯାଇ ପାରିବ ।

ସମସ୍ତ ମେସେଞ୍ଜର ଗୋପନୀୟତା ବୋଲି ଦାବି କରନ୍ତି ଆପ୍ଲିକେସନ ନିର୍ମାତ କମ୍ପାନୀ ମାନେ । ହେଲେ ଏହିପରି କିଛି ବ୍ୟତିକ୍ରମ ରହିଛି ଆଇନଗତ ପ୍ରକ୍ରିିୟା ଓ ସରକାରଙ୍କ ଆବେଦନକୁ ଆପ୍ଲିକେସନ କମ୍ପାନୀ ମାନେ ଗ୍ରହଣ କରି ଚାଟ୍ ର ବିବରଣୀ ଦେବାକୁ ବାଧ୍ୟ । ସାଇବର ନିୟମର ଉଲଙ୍ଘନ ଘଟଣରରେ ଅନୁସନ୍ଧାନ ପାଇଁ ମଧ୍ୟ ସୂଚନା ଆବଶ୍ୟକ । ଏହା ବ୍ୟତିତ ଠକେଇ, ବେଆଇନ କାର୍ଯ୍ୟ, ଅନୁସନ୍ଧାନ, ପ୍ରତିରକ୍ଷା , ସୁରକ୍ଷା, ଉପଭୋକ୍ତା କିମ୍ବା କମ୍ପାନୀର ଅଧିକାରରୁ ରକ୍ଷା କରିବା ପାଇଁ ଏହି ସୂଚନା ନିଆଯାଇ ପାରେ ।

ଚାଟ୍ ଆଇନଗତ ପ୍ରମାଣ କି ? – ଚାଟ୍ ପ୍ରମାଣ ଆଇନରେ ଆଇନଗତ ପ୍ରମାଣ ହୋଇପାରେ । କିନ୍ତୁ ଏହାର ବିଶ୍ୱସନୀୟତା ପାଇଁ ଆଫିଡେଭିଟ୍ ଆବଶ୍ୟକ । ଚାଟ୍ ସପକ୍ଷରେ ବି ଅନ୍ୟ ପ୍ରମାଣ ଦେବା ଭଲ । ହେଲେ ତାହା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପାଇବା ଆବଶ୍ୟକ ।

ଚାଟିଂରେ ବିପଦ ଅଛି କି ? – ଗୋପନୀୟତା ନୀତି ଚାଟ୍ କମ୍ପାନୀଗୁଡିକ ସପକ୍ଷରେ ଅଛି । ଯାହା ନୀତି ଗୋପନୀୟତା ଅଧିକାର ଉପରେ ରଖେ । ଚାଟିଂ ହ୍ୟାକ କରିବା ବା ଚୋରୀ କରିବା ମଧ୍ୟ ଟେକ୍ନିକାଲି କଷ୍ଟସାଧ୍ୟ ନୁହେଁ । ସରକାରୀ ଏଜେନ୍ସଗୁଡିକ ତାହାର ତଦାରଖ କରିପାରିବେ । ହେଲେ ଉପଭୋକ୍ତା ମାନେ ଏହି ମନିଟରିଂ ବାବଦରେ ଅବଗତ ରହିବା ବା ସରକାରୀ ସଂସ୍ଥା ଉପଭୋକ୍ତାଙ୍କୁ ଅବଗତ କରାଇବା ଜରୁରୀ ନୁହେଁ । ବ୍ୟବାହାରକାରୀଙ୍କ ମେସେଞ୍ଜରରେ ସ୍ୱାଏୱେର ମଧ୍ୟ ସମ୍ଭବ । ଚାଟିଂ ପ୍ଲାଟଫର୍ମ ଗୁଡିକ ଆପଣଙ୍କର ଡାଟା ନେଇଥାଲ । ଅନ୍ୟପଟେ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ପ୍ରୋଫାଇଲ ମଧ୍ୟ କରିଥାନ୍ତି । ଏନେଇ ଅଧିକାଂଶ ହ୍ୟାକର ବିଦେଶରୁ କାର୍ଯ୍ୟ କରିଥାନ୍ତି ।

ହ୍ୱାଟ୍ସଆପ୍ ସଫା କରିବା – ବାର୍ତ୍ତା ହେଉଛି ଏଣ୍ଡ – ଟୁ- ଏଣ୍ଡ ଏନକ୍ରିପସନ । ସେ କେବଳ ଜାଣି ପାରିବ ଯେ ସେମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ଚାଲିଛି । ହ୍ୱାଟ୍ସଆପ ଆପ୍ଲିକେସନ ନିଜେ ମେସେଜ ପଢିପାରେ ନାହିଁ । ଆପ୍ଲିକେସନ କେବଳ ଫୋନ ନମ୍ବର ନେଇଥାଏ । ଯାହାଦ୍ୱାରା ଅପରେଟିଂ ସିଷ୍ଟମ ମାଧ୍ୟମରେ ସୁରକ୍ଷା ନିଶ୍ଚିନ୍ତ ହୋଇଥାଏ ।

କିଭଳି ସୁରକ୍ଷିତ ରହିବେ ?

ଆପ୍ ରେ ଡାଟାର ଗୋପନୀୟତା ନୀତି ବୁଝନ୍ତୁ । ଆପ୍ କେଉଁ ତଥ୍ୟ ନେବ ତାହା ଜାଣିବା ଜରୁରୀ । ଚାଟର କ୍ଲାଉଡ ବ୍ୟାକଅପ୍ ଠାରୁ ଦୁରେଇ ରୁହନ୍ତୁ । ଦୁଇଟି ଫ୍ୟାକ୍ଟର ପ୍ରାମଣିକିକରଣକୁ ସକ୍ରିୟ କରନ୍ତୁ । ଚାଟ୍ର ସର୍ବନିମ୍ନ ବୈଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ବୁଝିସୁଝି ଆପ୍ କୁ ଅନୁମତି ଦିଅନ୍ତୁ ।