କ୍ୟାନସରର ସାତଟି ବିପଦ ସଙ୍କେତ କ’ଣ? କେମିତି ଏହି ମାରାତ୍ମକ ରୋଗକୁ ମାତ୍ ଦେଇ ହେବ, ପଢ଼ନ୍ତୁ କ’ଣ କହୁଛନ୍ତି କ୍ୟାନସର ରୋଗ ବିଶେଷଜ୍ଞ…

1,490

କନକ ବ୍ୟୁରୋ: କ୍ୟାନସର ଏକ ପରିବର୍ତ୍ତିତ କୋଷ ଯାହା ଅମାନିଆ ଭାବେ ଶରୀରର ବିଭିନ୍ନ ସ୍ଥାନରେ ବଢ଼ିଚାଲେ । ଏହା ଆପେ ଆପେ ଆଦୌ ନଷ୍ଟ ହୁଏ ନାହିଁ ବରଂ ଆଗକୁ ଅଧିକ କ୍ଷତି କରିବା ସହ ଜୀବନ ପ୍ରତି ହାନିକାରକ ହୋଇଥାଏ । ଏପରିକି ପ୍ରାଥମିକ ଅବସ୍ଥାରେ କ୍ୟାନସରର ଗୁଣ ନଜାଣିଲେ ଏହା ଅତି ଭୟଙ୍କର ହୋଇପାରେ । ତେବେ କ୍ୟାନସର ବିଷୟରେ ଯାହା ଆପଣ ଜାଣିବାକୁ ଚାହୁଁଛନ୍ତି ସେନେଇ ଚୁମ୍ବକୀୟ ଭାବେ ଏକ ପୁସ୍ତକ ଲେଖିଛନ୍ତି କାର୍ସିନୋଭା କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର କ୍ଷିତୀଶ ଚନ୍ଦ୍ର ମିଶ୍ର ।
ପ୍ରାରମ୍ଭିକ ଅବସ୍ଥାରେ ଆପଣଙ୍କୁ ଜାଣିବାକୁ ହେବ

କ୍ୟାନସରର ସାତଟି ସଙ୍କେତ କ’ଣ?
୧. ଝାଡ଼ା ଏବଂ ପରିସ୍ରା ଅଭ୍ୟାସରେ ପରିବର୍ତ୍ତନ
୨. ଉପଶମ ନହେଉଥିବା ଘା
୩. ଅସ୍ୱାଭାବିକ ରକ୍ତସ୍ରାବ
୪. ସ୍ତନ କିମ୍ବା ଅନ୍ୟ କେଉଁଠି ମାଂସପିଣ୍ଡୁଳା
୫. ବଦହଜମି ବା ଗିଳିବାରେ କଷ୍ଟ
୬. ଭାତୁଡ଼ି ବା ଜାଇରେ ପରିବର୍ତ୍ତନ
୭. ବାରମ୍ବାର କାଶ ବା ସ୍ୱର ଗମ୍ଭୀରତା

ତେବେ ଏହିସବୁ ସଙ୍କେତ ଶରୀରରେ ଦେଖାଦେଲେ କିମ୍ବା ଅନୁଭବ କଳେ ଡାକ୍ତରଙ୍କ ପରାମର୍ଶ ବିନା କ୍ୟାନସର ହୋଇଛି କି ନାହିଁ ଜାଣିପାରିବେ । ସାତଟି ବିପଦ ସଙ୍କେତ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବା ସହ ରୋଗର ଚକିତ୍ସା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାନସର ପାଇଁ ସଞ୍ଜୀବନି ପାଲଟିବ ।

ସବୁଠାରୁ ବଡ଼ କଥା ହେଲା କ୍ୟାନସର ଉଭୟ ପୁରୁଷ ମହିଳାଙ୍କ ଦେହରେ ଭିନ୍ନ ଭିନ୍ନ ପ୍ରକାରର ଦେଖିବାକୁ ମିଳେ ।

କେଉଁ କ୍ୟାନସର କାହିଁକି ପୁରୁଷମାନଙ୍କୁ ଅଧିକ ହୁଏ?
୧. ମୁଖ ଗହ୍ୱର, ଗଳା, ଫୁସଫୁସ୍, ପାକସ୍ଥଳୀ ଏବଂ ମସ୍ତିଷ୍କ କର୍କଟ ଅଧିକ ଦେଖାଯାଏ
୨. ଧୂମ୍ରପାନ, ଗୁଟଖା, ପାନ, ବିଡ଼ି, ସିଗାରେଟ୍, ହୁକା ଇତ୍ୟାଦି ପ୍ରମୂଖ କାରଣ
୩. ବୟସ୍କ ଲୋକଙ୍କ ଦେହରେ ମଦନଗ୍ରନ୍ଥୀ ବା ପ୍ରୋଷ୍ଟେଟ୍ କର୍କଟ ଦେଖାଯାଏ

କେଉଁ ମହିଳାଙ୍କୁ କେଉଁ କ୍ୟାନସର ଅଧିକ ହୁଏ?
ବିବାହିତା ଓ ଅବିବାହିତା!
୧. ଅବିବାହିତା ମହିଳାମାନଙ୍କୁ ସ୍ତନ କର୍କଟର ଆଶଙ୍କା ଅଧିକ ଥାଏ
୨. କ୍ୟାନସରରେ ଏମାନଙ୍କ ମୃତ୍ୟୁ ହାର ମଧ୍ୟ ଅଧିକ ରହିଥାଏ
୩. ୪୦ ବର୍ଷରୁ ଅଧିକ ଅବିବାହିତାମାନେ ସ୍ତନ କର୍କଟରେ ପୀଡ଼ିତ ହୋଇଥାନ୍ତି
୪. ବିବାହିତା ସ୍ତ୍ରୀମାନଙ୍କୁ ଅଧିକ ଗର୍ଭାଶୟ କର୍କଟ ହୋଇଥାଏ
୫. ପ୍ରଥମ ସନ୍ତାନକୁ ୨୦ ବର୍ଷ ପାଖାପାଖି ହେଲେ ସ୍ତନ କର୍କଟ ସମ୍ଭାବନା କମ୍
ଏସବୁ ଭିତରେ କ୍ୟାନସର ଭଳି ମାରାତ୍ମକ ରୋଗକୁ କିପରି ନିରାକରଣ କରିବେ ସେନେଇ ଏହି ସବୁ ପରାମର୍ଶ ମାନନ୍ତୁ…

କ୍ୟାନସରକୁ ରୋକିବେ କେମିତି?
୧. ଚର୍ବି ଥିବା ଖାଦ୍ୟକୁ ବାରଣ କରିବା
୨. ଅଧିକ ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଇବା
୩. ମଦ୍ୟପାନ ଓ ତମ୍ବାଖୁ ସେବନ ବାରଣ କରିବା
୪. କ୍ୟାନସର ପ୍ରାଥମିକ ଗୁଣକୁ ଜାଣିବା ଜରୁରୀ
୫. ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା

ସବୁଠାରୁ ବଡ଼ କଥା ହେଲା କି, ଏହି ମାରାତ୍ମକ ରୋଗର ନିରାକଣ ବା ଚିକିତ୍ସା ସବୁବେଳେ ମହଙ୍ଗା ନୁହେଁ କାରଣ ରୋଗର ପ୍ରକାର ଓ ଆକାର ଉପରେ ଏହା ନିର୍ଭର କରେ । ତେବେ କ୍ୟାନସର ରୋଗର ଚିକିତ୍ସା ପାଇଁ କଟକ ସିଡ଼ିଏ ସ୍ଥିତ ଥିବା କାର୍ସିନୋଭା କ୍ୟାନସର ହସ୍ପିଟାଲ ଏବେ ରାଜ୍ୟର ଅନ୍ୟତମ ବା ବିଶ୍ୱସ୍ତ ହସ୍ପିଟାଲ ଭାବେ ପରିଗଣିତ ହେଉଛି । କାର୍ସିନୋଭା କ୍ୟାନସର ହସ୍ପିଟାଲରେ ଅତ୍ୟାଧୁନିକ ଯନ୍ତ୍ରପାତିରେ କର୍କଟ ରୋଗର ଚିକିତ୍ସା କରାଯାଉଛି । ବିଶେଷ କରି ଅତ୍ୟାଧୁନିକ ଅପରେସନ୍ ଥୀଏଟର, ସ୍ୱତନ୍ତ୍ର ରାଡିଏସନ୍ ମେସିନ୍ ଏବଂ ଓଡ଼ିଶାର ସୁନାମଧନ୍ୟ କ୍ୟାନସର ସ୍ପେଶାଲିଷ୍ଟ ଟିମଙ୍କ ଦ୍ୱାରା ଏହି ମାରାତ୍ମକ ରୋଗର ଚିକିତ୍ସା କରାଯାଉଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋଗୀଙ୍କଠୁ ରୋଗୀଙ୍କ ପରିବାର ବର୍ଗଙ୍କ ପାଇଁ ହସ୍ପିଟାଲ କ୍ୟାମ୍ପସ ଭିତରେ ସବୁ ସୁବିଧା ମିଳୁଛି । ଯାହା ଓଡ଼ିଶାରେ ଥିବା ଅନ୍ୟ କ୍ୟାନସର ହସ୍ପିଟାଲଠୁ ଅନ୍ୟତମ ବୋଲି କହିଛନ୍ତି କାର୍ସିନୋଭା କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର କ୍ଷିତୀଶ ଚନ୍ଦ୍ର ମିଶ୍ର ।