ଆସନ୍ତାକାଲି ରଙ୍ଗର ପର୍ବ ହୋଲି । କେମିତି ସୁରକ୍ଷିତ ଖେଳିବେ ହୋଲି? ପରାମର୍ଶ ଦେଲେ ବିଶେଷଜ୍ଞ ଡାକ୍ତର

61

କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲି । ପରସ୍ପରକୁ ଅବିର ବୋଲି ଶୁଭେଚ୍ଛା ଜଣାଇବାର ଦିନ । କିନ୍ତୁ ହୋଲିରେ ରାସାୟନିକ ରଙ୍ଗର ବ୍ୟବହାର ଆପଣଙ୍କ ଚର୍ମ ଓ ଚକ୍ଷୁ ଉପରେ ଗମ୍ଭୀର ପ୍ରଭାବ ପକାଇବା ପାରେ । ତେଣୁ ହୋଲିରେ କେମିତି ସତର୍କ ରହିବେ? କ’ଣ କରିବେ କ’ଣ କରିବେ ନାହିଁ? ସେନେଇ ପରାମର୍ଶ ଦେଇଛନ୍ତି ଚକ୍ଷୁ ଓ ଚର୍ମରୋଗ ବିଭାଗର ଡାକ୍ତର ।

  • ହୋଲି ଖେଳିବା ଆଗରୁ ଦେହରେ ତେଲ ଲଗେଇ ନିଅନ୍ତୁ
  • ଫଳରେ କ୍ଷତିକାରକ ରଙ୍ଗ ଚର୍ମରେ ପ୍ରଭାବ ପକେଇବ ନାହିଁ
  • ରାସାୟନିକ ରଙ୍ଗ ବଦଳରେ ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ
  • ମୁଣ୍ଡଫଟା ରଙ୍ଗଠାରୁ ଦୁରେଇ ରହିବାକୁ ପରାମର୍ଶ
  • ମୁଣ୍ଡଫଟା ରଙ୍ଗ ଲାଗିଲେ କୁଣ୍ଡେଇ ହେବାର ସମ୍ଭାବନା ରହିଛି
  • ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ
  • ହୋଲି ଖେଳିବା ବେଳେ ଆଖି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ
  • ସମସ୍ତେ ଚଷମା ପିନ୍ଧି ହୋଲି ଖେଳିଲେ ଭଲ
  • ଆଖିରେ ରଙ୍ଗ ଲାଗି ଜଳିଲେ ଆଖିକୁ ନଦଳି ଡାକ୍ତରଙ୍କୁ ଦେଖାନ୍ତୁ
  • ଛୋଟ ପିଲାଙ୍କୁ ରଙ୍ଗ ଠାରୁ ଦୁରେଇ ରଖନ୍ତୁ

ରଙ୍ଗର ପର୍ବ ହୋଲି ପରେ ଗାଧୋଇବା ବେଳେ ଅନେକ ସମୟରେ ଅଘଟଣ ଘଟିଥାଏ । ଗାଧୋଇବା ଯାଇ ପାଣିରେ ବୁଡି ଲୋକଙ୍କ ଜୀବନ ଯିବା ନଜିର ରହିଛି । ଏହି ଅଘଟଣ ରୋକିବାକୁ ଆଗୁଆ ସତର୍କ ହୋଇଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ୫ଟି ନଈପଠାକୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ୍ ସହ ପ୍ରସ୍ତୁତ ରହିଛି ଫାୟାର ଟିମ । ତେବେ ହୋଲି ଖେଳି କେମିତି ସୁରକ୍ଷତି ରହିପାରିବେ ତାହାର ଚାବି କାଠି ଆପଣଙ୍କ ହାତରେ ରହିଛି ।