କିଭଳି ଖୋଲିବେ ଜିରୋ ବାଲାନ୍ସ ଆକାଉଣ୍ଟ ! ଦେବାକୁ ପଡିବନି କୌଣସି ଚାର୍ଜ, ଜାଣନ୍ତୁ ପୂରା ପ୍ରକ୍ରିୟା

81

ବ୍ୟାଙ୍କରେ ଖାତା ଖୋଲିବା ପୂର୍ବରୁ ଏବେ ଅନେକଥର ଚିନ୍ତା କରିବାକୁ ପଡୁଛି । କାରଣ ଆପଣଙ୍କ ପରିଶ୍ରମର ଟଙ୍କାକୁ ବ୍ୟାଙ୍କ ବିଭିନ୍ନ ଉପାୟରେ ଆକାଉଣ୍ଟରୁ କାଟି ନେଉଛି । ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟର ମାସିକ ଷ୍ଟେଟମେଣ୍ଟ ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବେ । ଏଟିଏମ୍ ଫି, ଏସଏମଏସ୍ ଫି ବାବଦକୁ ଟଙ୍କା ନେବାରେ ବ୍ୟସ୍ତ ବ୍ୟାଙ୍କ । ଏପରିକି ଏବେ ଆକାଉଣ୍ଟରେ ମାସକୁ ସର୍ବନିମ୍ନ ଟଙ୍କା ମଧ୍ୟ ରଖିବାକୁ ମଧ୍ୟ ନିୟମ ରହିଛି । ନଚେତ୍ ସେଥିପାଇଁ ମଧ୍ୟ ଗ୍ରାହକଙ୍କୁ ଅତିରିକ୍ତ ଫି ଦେବାକୁ ପଡୁଛି । ଏହିଭଳି ଭାବେ ବ୍ୟାଙ୍କ ବିଭିନ୍ନ ଉପାୟରେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରୁଛି । ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଦି ଆପଣ ଆକାଉଣ୍ଟ ବନ୍ଦ କରିବା କଥା ଚିନ୍ତା କରୁଥାନ୍ତି ସେଥିପାଇଁ ମଧ୍ୟ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡୁଛି । ତେବେ ବ୍ୟାଙ୍କର ଏହି ମାୟାଜାଲରୁ ବାହାରିବା ପାଇଁ ମଧ୍ୟ ଏକ ଉପାୟ ରହିଛି । ବ୍ୟାଙ୍କରେ ଆକାଉଣ୍ଟ ରହିବ ସତ କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାକୁ ପଡିବ । ଏସବିଆଇ, ଆଇସିଆଇସିଆଇ ଏବଂ ଏଚଡିଏଫସି ଭଳି ବ୍ୟାଙ୍କରେ ଏଭଳି ସୁବିଧା ଉପଲବ୍ଧ ।

କିପରି ଖୋଲିବେ ଜିରୋ ବାଲାନ୍ସ ଆକାଉଣ୍ଟ :
indian bankଯେକୌଣସି ବ୍ୟକ୍ତି ଚାହିଁଲେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ପାରିବେ । ଏଥିପାଇଁ ଆପଣଙ୍କୁ କେବଳ କେୱାଇସି ପ୍ରମାଣପତ୍ର ଆବଶ୍ୟକ । ଏହି କେୱାଇସି ପ୍ରମାଣପତ୍ର ଦ୍ୱାରା ହିଁ ଗ୍ରାହକ ଏସବିଆଇ, ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ ।

ଜିରୋ ଆକାଉଣ୍ଟରେ କଣ ମିଳିବ ସୁବିଧା :
ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ପରି ଜିରୋ ବାଲାନ୍ସ ଆକାଉଣ୍ଟରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ । ଲୋନ ଠାରୁ ଆରମ୍ଭ କରି ଏଟିଏମରେ ଟଙ୍କା ଉଠାଣ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଏହି ଜିରୋ ଆକାଉଣ୍ଟରେ ଉପଲବ୍ଧ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିନା ଟଙ୍କାରେ ଏହି ଖାତା ଚାଲୁ ରହି ପାରିବ । ଏହି ଆକାଉଣ୍ଟକୁ ଗ୍ରାହକ ଚାହିଁଲେ ଜଏଣ୍ଟ ଆକାଉଣ୍ଟର ରୂପ ମଧ୍ୟ ଦେଇ ପାରିବେ । ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ପରି ଏହି ଆକାଉଣ୍ଟରେ ମଧ୍ୟ ସମାନ ସୁଧ ହାର ମିଳିଥାଏ ।

sbiସେହିଭଳି ଏହି ଜିରୋ ବାଲାନ୍ସ ଆକାଉଣ୍ଟର ଅନ୍ୟ ଏକ ଫାଇଦା ହେଉଛି ବିନା ମୂଲ୍ୟରେ ଆପଣ ଡେବିଟ କାର୍ଡ ବା ଏଟିଏମ କାର୍ଡ ପାଇପାରିବେ । ଅନ୍ୟ ଆକାଉଣ୍ଟ ରେ ଯେପରି ଡେବିଟ କାର୍ଡ ପାଇଁ ୧୦୦ରୁ ୩୦୦ ଟଙ୍କା ନେଇଥାନ୍ତି ଜିରୋ ବାଲାନ୍ସ ଆକାଉଣ୍ଟ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ମାଗଣା । ଏହାଛଡା ଏହି ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବା ବେଳେ ମଧ୍ୟ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିନଥାଏ । ତେବେ ଏଚଡିଏଫସି ବ୍ୟାଙ୍କରେ ଜିରୋ ଆକାଉଣ୍ଟ ଖୋଲିବାର ବର୍ଷକ ମଧ୍ୟରେ ବନ୍ଦ କଲେ ୫୦୦ ଟଙ୍କା ଶୁଳ୍କ ଦେବାକୁ ପଡିଥାଏ । ବର୍ଷକ ପରେ ଏହି ଆକାଉଣ୍ଟ ବନ୍ଦ କଲେ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବନି ।

ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବା ପାଇଁ କିଛି ନିୟମ ମଧ୍ୟ ରହିଛି । ଯଦି ବ୍ୟାଙ୍କରେ ଆପଣଙ୍କର ସେଭିଙ୍ଗ ଆକାଉଣ୍ଟ ରହିଛି ତେବେ ଜିରୋ ଆକାଉଣ୍ଟ ଖୋଲି ପାରିବେ ନାହିଁ । କିନ୍ତୁ ଯଦି ବ୍ୟାଙ୍କରେ ଆପଣଙ୍କର ସେଭିଙ୍ଗ ଆକାଉଣ୍ଟ ରହିଛି ତେବେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାର ୩୦ ଦିନ ମଧ୍ୟରେ ସେଭିଙ୍ଗ ଆକାଉଣ୍ଟକୁ ବନ୍ଦ କରିବା ଆବଶ୍ୟକ । ଏହାଛଡା ଏଟିଏମରୁ ଟଙ୍କା ଉଠାଣ ନେଇ ମଧ୍ୟ କିଛି ନିୟମ ରହିଛି । ହୋମ ବ୍ରାଞ୍ଚ ଏଟିଏମରୁ ମାତ୍ର ୪ଥର ଟଙ୍କା ଉଠାଇପାରିବେ । ଏହାପରେ ଉଠାଇଲେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।