କନକ ବ୍ୟୁରୋ : ଆସନ୍ତାକାଲି ଖୋଲିପାରେ ଖୋଲିପାରେ ରତ୍ନଭଣ୍ଡାର । ଏନେଇ ସରକାର ଆଜି ଏସଓପି ଜଜାରି କରିପାରନ୍ତି । ଏସଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପଶିବାକୁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ ହେବ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏବେ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି ବୋଲି ଯାଂଚ କମିଟି ଅଧ୍ୟକ୍ଷ କହିଥିଲେ । କମିଟି ସୂଚନା ମୁତାବକ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବ । ଏହାପରେ କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏନେଇ ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେମାନେ ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ । ଏହି ସମୟରେ କମିଟି ସମସ୍ତ ଟିମର ସହଯୋଗ ନେବ । ଏହସହ ରୋଚକ କଥା ହେଉଛି ରତ୍ନଭଣ୍ଡାର ଭିତରେ ସାପ ଥିବା କଥା କୁହାଯାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଛି । ସେହିଭଳି ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସେଠାରେ ଆଲୋକିକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Advertisment