ଶିଶୁଙ୍କ ଆଧାର କାର୍ଡ ଏକ ନିର୍ଦ୍ଦିଷ୍ଟ ସମୟରେ ହୋଇଯାଇଥାଏ ବେକାର । ଜାଣନ୍ତୁ ପୁଣି ଥରେ କେମିତି ତିଆରି କରିବେ ପିଲାଙ୍କ ଆଧାର ।

50

ୟୁଆଇଡିଏଆଇ ଶିଶୁଙ୍କ ପାଇଁ ଆଧାର ଜାରି କରେ । ଏହି ଆଧାର କାର୍ଡ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ତିଆରି କରାଯାଏ । ପିଲାଙ୍କ ପାଇଁ ଜାରି କରାଯାଉଥିବା ଆଧାର ନୀଳ ରଙ୍ଗର ହୋଇଥାଏ ଓ ପିଲାକୁ ୫ ବର୍ଷ ହେବା ପରେ ଏହି ଆଧାର ନିରର୍ଥକ ହୋଇଯାଏ । ନିକଟତର ସ୍ଥାୟୀ ନାମାଙ୍କନ କେନ୍ଦ୍ର ଯାଇ ଏହି ଆଧାର ସଂଖ୍ୟାରୁ ନିଜର ଜନସଂଖ୍ୟକୀୟ ଓ ବାୟୋମେଟ୍ରିକ୍ ବିବରଣୀ ଅପଡେଟ୍ କରିବାକୁ ପଡିବ । ଅନ୍ୟଥା ଆଧାର ବେକାର ହୋଇଯିବ । ସୂଚନାଯୋଗ୍ୟ, ଏଣିକି କୈାଣସି ବି ସ୍କୁଲ ପିଲାଙ୍କୁ ଆଧାର କାର୍ଡ ନଥିବା କାରଣରୁ ସ୍କୁଲରେ ନାମଲେଖାଇବାରୁ ବାରଣ କରାଯାଇପାରିବ ନାହିଁ । ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି କୈାଣସି ସ୍କୁଲ ଏମିତି କରନ୍ତି, ତେବେ ବେଆଇନ ଗତିବିଧି ହେବ । ଅଧିକାରୀ ସ୍କୁଲ ଛାତ୍ର-ଛାତ୍ରୀଙ୍କ ଆଧାର ପଂଜିକରଣ ଓ ଅପଡେଟ୍ କରିବା ପାଇଁ ସୁବିଧା ଉପଲବ୍ଧ କରାଇବା ପାଇଁ କହିଛନ୍ତି ।

ୟୁଆଇଡିଏଆଇ ସ୍ପଷ୍ଟ କରିଛି କି ଶିଶୁ ଆଧାରରେ ବାୟୋମେଟ୍ରିକ୍ ଆଇଡେଣ୍ଟି ଫିକେସନ୍ ଭଳି ଆଇରିସ୍ ସ୍କାନ ଓ ଫିଙ୍ଗରପ୍ରିଣ୍ଟ ସ୍କାନର ଆବଶ୍ୟକତା ହେବନି । ଯେଉଁଠି ପିଲାଙ୍କ ପରିଚୟ ଜରୁରୀ ହେବ ତାଙ୍କ ମାତା ପିତା ସାଙ୍ଗରେ ଯିବେ । ଯେମିତି ହି ପିଲାର ବୟସ ୫ ବର୍ଷ ଅତିକ୍ରମ କରିଯିବ, ତାକୁ ସାମାନ୍ୟ ଆଧାର କାର୍ଡ ଜାରି କରିଦିଆଯିବ । ଏଥିରେ ସମସ୍ତ ବାୟୋମେଟ୍ରିକ୍ ତଥ୍ୟ ରହିବ ।

କେମିତି ତିଆରି କରିବେ ପିଲାଙ୍କ ପାଇଁ ଆଧାର : ନିଜ ପିଲାଙ୍କୁ ଧରି ଆଧାର ତାଲିକାଭୁକ୍ତ ସେଣ୍ଟର ଯାଆନ୍ତୁ ଓ ଫର୍ମ ଭରନ୍ତୁ । ସେଣ୍ଟରରେ ପିିଲାର ଓ ମାତା-ପିତାଙ୍କ ମଧ୍ୟରୁ କୈାଣସି ଜଣଙ୍କ ଜୀବନ ପ୍ରମାଣ ପତ୍ର ନେଇକି ଯାଆନ୍ତୁ । ସେଣ୍ଟରରେ ପିଲାର ଫଟୋ ଉଠାଯିବ, ଯାହାକି ଶିଶୁର ଆଧାରରେ ଲଗାଯିବ । ଶିଶୁର ଆଧାରକୁ ବାପା ମାଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡରେ ଲିଙ୍କ କରାଯିବ । ଏଠି ପିଲାର କୈାଣସି ବାୟୋମେଟ୍ରିକ୍ ତଥ୍ୟ ନିଆଯିବନି । ଏଥିପାଇଁ ନିଜର ପଂଜିକୃତ ମୋବାଇଲ ନମ୍ବର ଜମା କରାଇବେ । ଭେରିଫିକେସନ୍ ଓ ରେଜିଷ୍ଟ୍ରେସନ୍ ପରେ କନଫର୍ମେସନ୍ ମେସେଜ୍ ପଂଜିକୃତ ମୋବାଇଲ ନମ୍ବରକୁ ପଠାଯିବ ଓ ଏହି ମେସେଜ୍ ମିଳିବାର ୬୦ ଦିନ ଭିତରେ ମାତା-ପିତାଙ୍କ ପଂଜିକୃତ ଠିକଣାକୁ ଆଧାର ପଠାଇ ଦିଆଯିବ ।