କନକ ବ୍ୟୁରୋ : କଣ ଆପଣ ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି? ଅନେକ ଚେଷ୍ଟା ପରେ ବି ଓଜନ କମିପାରୁନି ? ଚିନ୍ତା କରିବାର କିଛି ନାହିଁ, ବର୍ତ୍ତମାନ ଏପରି ଆମେ ଆପଣଙ୍କୁ ଏପରି ଏକ ପାନୀୟ ବିସୟରେ କହାବାକୁ ଯାଉଛୁ । ଯାହାକୁ ପିଇବା ମାତ୍ରେ ଆପଣଙ୍କ ଓଜନ କମିବାକୁ ଲାଗିବ । ଏବଂ ଆପଣ ମୋଟାରୁ ଧିରେ ଧିରେ ପତଳା ହେବାକୁ ଲାଗିବେ । ତେବେ ଆସନ୍ତୁ ଜାଣିବା କଣ କଲେ ମୋଟାପଣରୁ ମୁକ୍ତି ପାଇପାରିବା ।
ଜିରା ସାଙ୍ଗକୁ ପାନମଧୁରୀ ପାଣି ନିୟମିତ ପିଇବା ଦ୍ୱାରା ଶରୀରକୁ ଅଦଭୁତ ଫାଇଦା ମିଳିଥାଏ । ଜିରା ଏବଂ ଫିନେଲ୍ ୱାଟର ପିଇବା ଦ୍ୱାରା ଶରୀରର ମେଟାବୋଲିଜମ୍ ବଢିବା ସହିତ ଶରୀରର ପାଚନ କ୍ରିୟାରେ ସୁଧାର ଆସିଥାଏ । ଏହି ପାନିୟ ପଦାର୍ଥ ଶରୀରରେ ନ୍ୟାଚୁରାଲ ଡେଟୋକ୍ସ ଡ୍ରିଙ୍କ୍ ଭଳି କାମ କରିଥାଏ । ଯାହା ଶରୀରରେ ଜମା ଅପରିସ୍କାର ପଦାର୍ଥକୁ ବାହାର କରିଦେଇଥାଏ । ଆସନ୍ତୁ ଜାଣିବା ଜିରା ଏବଂ ଫିନେଲ ୱାଟର ପିଇବା ଦ୍ୱାରା କଣ ଫାଇଦା ମିଳିଥାଏ ।
ପରୀକ୍ଷଣରୁ ଜଣାପଡିଛି କି, ଓଜନ କମାଇବା ପାଇଁ ଜିରା ଏବଂ ଫିନେଲ ୱାଟର ଶରୀର ପାଇଁ ବଡ ଫାଇଦା ଦେଇଥାଏ । ଏହା ଶରୀରରେ ମେଟାବଲିଜମକୁ ବଢାଇଦେଇଥାଏ । ଶରୀରରେ ମେଟାବଲିଜ୍ସ ବଢିବା ଦ୍ୱାରା ଶରୀରରେ ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ । ଯଦି ଆପଣ ନିୟମିତ ବ୍ୟାୟାମ୍ କରୁଛନ୍ତି ତାହେଲେ ଏହାକୁ ବ୍ୟବହାର କରିବା ଦ୍ୱାରା ଆହୁରି ଜୋରରେ କ୍ୟାଲୋରୀ ବର୍ନ ହୋଇଥାଏ । ଏହାଦ୍ୱାରା ଓଜନ ଶୀଘ୍ର ହ୍ରାସ ପାଇଥାଏ । ତେଣୁ ଏହାକୁ ପ୍ରତିଦିନ ସକାଳୁ ଉଠି ପିଇବା ଦରକାର ।