ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ? ଆପଣଙ୍କ ଆଧାରକୁ କେହି ଅପବ୍ୟବହାର କରୁଛନ୍ତି କି !! ତେବେ ଚିନ୍ତା କରନ୍ତୁ ନାହିଁ , କାରଣ ଏବେ ଆପଣ ଘରେ ବସି ଆଧାର ବାୟୋମେଟ୍ରିକକୁ କରିପାରିବେ ଲକ୍…ଆଉ ଆଧାର ବି ରହିବ ପୂରା ସୁରକ୍ଷିତ

538

କନକ ବ୍ୟୁରୋ : ଆଧାର କାର୍ଡ । ବର୍ତମାନ ସମୟରେ ଦେଶରେ ଏହାକୁ ମୁଖ୍ୟ ପ୍ରମାଣ ପତ୍ର ଭାବରେ ଗ୍ରହଣ କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପ୍ରତ୍ୟେକ ସମୟରେ ଏହା ଆମ ସମସ୍ତଙ୍କର ଆବଶ୍ୟକତା ରହିଛି । ଆଧାର ଆପଣଙ୍କ ପରିଚୟ । କାର୍ଡରେ ଥିବା ୧୨ ଅଙ୍କ ବିଶିଷ୍ଟ ବ୍ୟକ୍ତିଗତ ପରିଚୟର ସଂଖ୍ୟା ଆପଣଙ୍କୁ ଅନେକ ସେବା ଯୋଗାଏ ।

ଆଧାର କାର୍ଡକୁ ସୁରକ୍ଷିତ ରଖିବେ କେମିତି ?

ଆପଣଙ୍କ ଆଧାର ସୁରକ୍ଷିତ ଅଛି ତ ? 

ଘରେ ବସି ନିଜ ଆଧାର ବାୟୋମେଟ୍ରିକକୁ କରପାରିବେ ଲକ 

 

ତେବେ ଅନେକ ସମୟରେ ଆଧାରକାର୍ଡ ଅପବ୍ୟବହାର ହେଉଥିବା ନେଇ ଉପଭୋକ୍ତମାନେ ଅଭିଯୋଗ କରିଛନ୍ତି । ଆଧାର କାର୍ଡର ଅପବ୍ୟବହାରରୁ ରକ୍ଷା କରିବା ପାଇଁ ବାୟୋମେଟ୍ରିକ ବିବରଣୀ ଲକ୍ କିମ୍ବା ଅନଲକ କରିବାକୁ ଅନୁମତି ଦିଏ । ଏଣିକି ଆପଣ ଯଦି ଚାହିଁବେ , ଆପଣ ଆପଣଙ୍କର ଆଧାରରେ ବାୟୋମେଟ୍ରିକ ଆଧାରରେ ନିଜର ଆଧାର କାର୍ଡକୁ ଲକ କରିପାରିବେ । UIDAI  ଏହାକୁ ଲକ୍ କିମ୍ବା ଅନଲକ କରିବାକୁ ସୁବିଧା ଦେଉଛି ।

ବାୟୋମେଟ୍ରିକ ଲକ ଆପଣଙ୍କୁ କି ସୁବିଧା ଦେବ? 

ଜାଣିରଖନ୍ତୁ ଆଧାରରେ ବାୟୋମେଟ୍ରିକ୍ ଲକ ଅର୍ଥ ହେଉଛି ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଏବଂ ଆଖିର ପ୍ରତିଛବି । ମନେରଖନ୍ତୁ ଥରେ ଆପଣଙ୍କ ବାୟୋମେଟ୍ରିକ ଲକ ହୋଇଗଲେ କୌଣସି ବ୍ୟକ୍ତି ଏହାକୁ ପ୍ରମାଣ ପତ୍ର ଭାବରେ ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଆପଣ ଯଦି କେବେ ଇଚ୍ଛା କରନ୍ତି ତେବେ ଆପଣ ଅନଲକ ମଧ୍ୟ କରିପାରିବେ । ତେବେ ଏହାର ଲାଭ ପାଇବାକୁ ହେଲେ ଆପଣଙ୍କ ପାଖରେ ଏକ ପଂଜୀକୃତ ମୋବାଇଲ ନମ୍ବର ରହିବା ଦରକାର ।

ଘରେ ବସି ଅନଲାଇନ ବାୟୋମେଟ୍ରିକ ଲକ କରିବେ କେମିତି ? 

 ଆପଣ ଘରେ ବସି ନିଜର ବାୟୋମେଟ୍ରିକ  ଲକ ମଧ୍ୟ କରିପାରିବେ । ଜାଣନ୍ତୁ ପୂରା ପ୍ରକ୍ରିୟା କେମିତି ଆପଣ ବାୟୋମେଟ୍ରିକକୁ କରିବେ ଲକ । ପ୍ରଥମେ ଆଧାର ୱେବସାଇଟ https://uidai.gov.in/ କୁ ଯାଆନ୍ତୁ ।  ବର୍ତମାନ ସମୟରେ ମେନ ପେଜକୁ ଆସନ୍ତୁ । ପରେ ସାମାନ୍ୟ ତଳକୁ ଆସନ୍ତୁ, ଆଧାର ସେବା ବିଭାଗ ଏଠାରେ ମିଳିବ ।  ଏଥିରେ ଥିବା ଲକ କିମ୍ବା ଅନଲକ ବାୟୋମେଟ୍ରିକ ଅପସନକୁ କ୍ଲିକ କରନ୍ତୁ ।

ଏହାପରେ ଆପଣଙ୍କୁ ଆପଣଙ୍କ ୧୨ ଅଙ୍କ ବିଶିଷ୍ଟ ନମ୍ବର ଦେବାକୁ ପଡିବ ଏବଂ ଯଦି ଚାହିଁବେ ତେବେ ଭର୍ଚୁଆଲ ଆଇଡି ନମ୍ବରର ବିକଳ୍ପ ମଧ୍ୟ ବାଛିପାରିବେ । ଏହାପରେ ଭେରିପିକେସନ କରାଇ ନିଅନ୍ତୁ ପରେ ଓଡିପି ପଠାଇବା ଉପରେ କ୍ଲିକ କରନ୍ତୁ । ପରେ ନୂଆ ଆପରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ମିଳୁଥିବା ଓଟିପି ଦେବାକୁ ପଡିବ । ପରେ ସବମିଟ୍ ଅପସନରେ କ୍ଲିକ କରନ୍ତୁ ଆଉ ସାଙ୍ଗେ ସାଙ୍ଗେ ଦେଖିବେ ଯେ, ଆପଣଙ୍କ ଆଧାର ବାୟୋମେଟ୍ରିକ ଲକ ହୋଇଯିବ

ବାୟୋମେଟ୍ରିକ ଅନଲକ କରିବେ କିପରି ? 

ବାୟୋମେଟ୍ରିକ ଲକ ଯେମିତି ଭାବରେ କରିବାକୁ ପଡେ ସମାନ ଢଂଗରେ ଅନଲକ କରିବାକୁ ମଧ୍ୟ ପଡେ । ଯଦି ଆପଣ ଆପଣଙ୍କର ବାୟୋମେଟ୍ରିକ ଅନଲକ କରିବାକୁ ଇଚ୍ଛା କରୁଛନ୍ତି ତେବେ ସମାନ ଲକ ପ୍ରକ୍ରିୟାକୁ ପୁନାରୁବୃତ୍ତି କରନ୍ତୁ । ଏହାପରେ ବାୟୋମେଟ୍ରିକ ଅନଲକ ଉପରେ କ୍ଲିକ କରନ୍ତୁ । ପରେ ଦିଆଯାଇଥିବା ଫିଚର ଉପରେ କ୍ଲିକ କରନ୍ତୁ ପରେ କିଛି ମିନିଟ୍ ପାଇଁ ଆପଣଙ୍କ ବାୟୋମେଟ୍ରିକ୍ ଅନଲକ ହୋଇଯିବ ଏବଂ ସେହି ଅବଧି ଶେଷରେ ପୁଣି ଲକ ହୋଇଯିବ ।

ଆପଣ ଆଧାର ନମ୍ବରକୁ ପ୍ରମାଣପତ୍ର ଭାବରେ ବ୍ୟବହାର କରିବାକୁ ହେଲେ ଫିଙ୍ଗର ପ୍ରିଣ୍ଟକିମ୍ବା ଆଖିର ଛବିକୁ ବାୟୋମେଟ୍ରିକୁ ବ୍ୟବହାର କରିପାରିବେ । ତେବେ ବର୍ତମାନ ସମୟରେ ଆଧାର କାର୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି ତେଣୁ ଏପରି ଭାବରେ ଲକ କରିନେଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଆପଣ ।