ଔଷଧ ଓ ଅସ୍ତ୍ରୋପଚାର ବିନା ଭଲ ହେବ କିଡ଼ନୀ ଷ୍ଟୋନ ! ଆପଣାନ୍ତୁ କିଛି ଘରୋଇ ଉପଚାର

99

ଆଜିକାଲି କିଡ଼ନୀରେ ଷ୍ଟୋନ ହେବା ଏକ ସାଧାରଣ କଥା ହୋଇଗଲାଣି । ଠିକ୍ ସମୟରେ ଉଚିତ୍ ଖାଦ୍ୟ ନ ଖାଉଥିବାରୁ ଅଧିକାଂଶ ଲୋକଙ୍କ କିଡ଼ନୀରେ ଷ୍ଟୋନ ହେଉଥିବାର ଦେଖିବାକୁ ମିଳିଛି । ଓଜନ ବଢ଼ିବା, ଥାଇରଏଡ଼୍,ଡ଼ିହାଇଡ୍ରେସନ ଏବଂ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଷ୍ଟୋନର ସମସ୍ୟା ଦେଖା ଯାଇଥାଏ । କିଡ଼ନିରେ ଷ୍ଟୋନ ହେଲେ ପରିଶ୍ରା ସମୟରେ ରକ୍ତ ଆସିବା, ପିଠି ବିନ୍ଧା ହେବା,ଜ୍ୱର ହେବା,ବାରମ୍ବାର ବାନ୍ତି ହେବା ଭଳି ଲକ୍ଷଣ ଦେଖା ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ଡ଼ାକ୍ତରଙ୍କୁ ତୁରନ୍ତ ପରାମର୍ଶ କରି ଷ୍ଟୋନ ହୋଇଛି କି ନାହିଁ ସ୍ପଷ୍ଟ କରନ୍ତୁ । ଯଦି ଷ୍ଟୋନ ହୋଇଥିବାର ଡ଼ାକ୍ତର ସ୍ପଷ୍ଟ କରୁଛନ୍ତି ତେବେ ଏହି ଘରୋଇ ଉପାୟ ଆପଣାଇ କିଡ଼ନୀରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଦୂର କରନ୍ତୁ ।

୧. କିଡ଼ନୀରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଦୂରେଇବା ପାଇଁ ଅଁଳାକୁ ଚୂନା କରି ମୂଳା ସହ ଖାଆନ୍ତୁ । ଏପରି କଲେ କିଡ଼ନୀରୁ ଷ୍ଟୋନ ଅତି ସହଜରେ ବାହାରି ଯାଇଥାଏ ।

୨.ଡ଼ାଳିମ୍ବର ରସ ପିଇ ମଧ୍ୟ କିଡ଼ନୀରେ ହୋଇଥିବା ଷ୍ଟୋନର ସମସ୍ୟାକୁ ଆପଣ ଦୂରେଇ ଦେଇ ପାରିବେ । କିଡ଼୍ନୀରେ ହୋଇଥିବା ଷ୍ଟୋନର ସମସ୍ୟା ଦୂରେଇବା ପାଇଁ ପ୍ରତିଦିନ ଡ଼ାଳିମ୍ବ ବା ତା’ରସ ନିହାତି ଭାବରେ ପିଅନ୍ତୁ ।

୩.ତୁଳସୀ ପତ୍ରରେ ଅଧିକ ପରିମାଣରେ ଭିଟାମିନ୍ ବି ରହିଥାଏ, ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା କିଡ଼ନୀରେ ହୋଇଥିବା ଷ୍ଟୋନର ସମସ୍ୟା ଦୂର ହୋଇଥାଏ ।

୪.ଧନିଆ ପତ୍ର ମଧ୍ୟ ଏହି ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ପ୍ରତିଦିନ ଧନିଆ ପତ୍ରକୁ ନିଜ ଖାଦ୍ୟରେ ସାମିଲ କଲେ ଆପଣ ଏହି ସମସ୍ୟାରୁ ନିଜକୁ ଦୂରରେ ରଖି ପାରିବେ ।