ଅନେକ ସମୟରେ ଯାତ୍ରାରେ ଆମକୁ ସହଯାତ୍ରୀମାନଙ୍କ ସମ୍ମୁଖରେ ବାରମ୍ବାର ଟଙ୍କା କାଢ଼ିବାକୁ ପଡିଥାଏ । ତେଣୁ ଚୋରୀ ହେବାର ଭୟ ମଧ୍ୟ ରହିଥାଏ  । କାରଣ ସହଯାତ୍ରୀ ଗହଣରେ ଚୋର ବି ଥାଇପାରନ୍ତିି  । ଏବେ ନଜର ପକାନ୍ତୁ ଯାତ୍ରା ସମୟରେ କେମିତି ଅର୍ଥକୁ ସୁରକ୍ଷିତ ରଖିବେ  ।

Advertisment

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଖାଇବା ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗା ଭାବେ ଫ୍ୟାଣ୍ଟ୍‌ କିମ୍ବା ସାର୍ଟ ପକେଟ୍‌ ବା ପର୍ସରେ ରଖନ୍ତୁ । ଆଜିକାଲି ବଜାରରେ ଭିନ୍ନଭିନ୍ନ ପ୍ରକାରର ଲଗେଜ୍‌ ବ୍ୟାଗ୍‌, ଆଣ୍ଟି ଥେଫ୍ଟ ବ୍ୟାଗ୍‌, ପର୍ସ, ବ୍ୟାଙ୍କ୍‌ ପ୍ୟାକ୍ସ ଆଦି ମିଳୁଛି ।

ଯଦି ଆପଣ ଯାତ୍ରା ସମୟରେ ନିଜ ସାଙ୍ଗରେ ଅଳଙ୍କାର ବା କୌଣସି ଅନ୍ୟ ମୂଲ୍ୟବାନ୍‌ ସାମଗ୍ରୀ ନେଉଥାନ୍ତି, ତେବେ ସର୍ବପ୍ରଥମେ ତାକୁ ହୋଟେଲ୍‌ର ଲକର୍‌ରେ ଜମା କରିଦିଅନ୍ତୁ । ଯଦି ଆପଣଙ୍କର ଭୁଲିଯିବାର ଅଭ୍ୟାସ ରହିଛି, ତେବେ ମୋବାଇଲରେ ରିମାଇଣ୍ଡର ଲଗାନ୍ତୁ । ଯଦି ବିଦେଶ ଭ୍ରମଣରେ ଯାଉଥାଆନ୍ତି ତେବେ ସେଠାରେ ପ୍ରଚଳିତ ‘ ମୁଦ୍ରା ’ ସଂପର୍କରେ ଜାଣି ନିଜପାଖରେ ରଖନ୍ତୁ । ଯିବାପୂର୍ବରୁ ଦେଶର ଏକ୍ସଚେଞ୍ଜ କରାଯାଇଥିବା ମୁଦ୍ରା ମଧ୍ୟ ସୁରକ୍ଷିତ ଜାଗାରେ ରଖିବା ଭୁଲନ୍ତୁ ନାହିଁ ।

ୟୁନିର୍ଭସାଲ୍‌ କେଡ୍ରିଟ୍‌ କାର୍ଡ ଓ ଏଥି ସହିତ ଆବଶ୍ୟକୀୟ ନଥିପତ୍ର ଯଥା ପରିଚୟ ପତ୍ର, ଇନ୍‌ସ୍ୟୁରାନ୍ସ କାର୍ଡ ଆଦି ସୁରକ୍ଷିତ ରଖନ୍ତୁ । ଟ୍ରାଭେଲ୍‌ କାର୍ଡ ଏକ ସୁରକ୍ଷିତ ବିକଳ୍ପ , ଯେଉଁଥିରେ ଆପଣ ଯାତ୍ରାରେ ଯିବାପୂର୍ବରୁ କିଛି ଟଙ୍କା ଡିପୋଜିଟ୍‌ କରି ନିଅନ୍ତୁ । ଯଦି ଆପଣ ଉପରୋକ୍ତ ଛୋଟଛୋଟ ଦିଗପ୍ରତି ଧ୍ୟାନ ଦିଅନ୍ତି, ତେବେ ନିଜର ଅର୍ଥକୁ ଯାତ୍ରା ସମୟରେ ସୁରକ୍ଷିତ ରଖିପାରିବେ ।